Below header

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍‌, ନଭେମ୍ବର ୨ରେ ପଚରାଉଚରା ପାଇଁ ଡାକିଲା ED

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିଲା। ଇଡି ନୋଟିସ୍‌ ଜାରି କରି ନଭେମ୍ବର ୨ରେ ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦିଲ୍ଲୀର ନୂଆ ମଦ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ନୋଟିସ୍‌ ପଠାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିଲା। ଇଡି ନୋଟିସ୍‌ ଜାରି କରି ନଭେମ୍ବର ୨ରେ ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦିଲ୍ଲୀର ନୂଆ ମଦ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ନୋଟିସ୍‌ ପଠାଇଛି। ଏହାପୂର୍ବରୁ ସିବିଆଇ ଏପ୍ରିଲ ମାସରେ ପଚରାଉଚରା ପାଇଁ ସିଏମ୍‌ଙ୍କୁ ଡକାଇଥିଲା।

ମଦ ଦୁର୍ନୀତି ମାମଲାରେ ଆପ୍‌ ନେତା ସଞ୍ଜୟ ସିଂଙ୍କ ବିରୋଧରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଞ୍ଜୟ ସିଂଙ୍କୁ ଇଡି ଅକ୍ଟୋବର ୪ରେ ଗିରଫ କରିଥିଲା। ଏହାପୂର୍ବରୁ ଏହି ମାମଲାରେ ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଏବଂ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ସମେତ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି।

ଏହି ଦୁର୍ନୀତି ମାମଲାର ଚାର୍ଜସିଟ୍‌ରେ ଆପ୍‌ ନେତା ସଞ୍ଜୟ ସିଂଙ୍କ ନାମକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତ ବର୍ଷ ଯୋଡିଛି। ଦିଲ୍ଲୀସ୍ଥିତ ତାଙ୍କ ଘରେ ଅକ୍ଟୋବର ୪ ସକାଳ ୭ଟାରେ ଇଡି ଟିମ୍‌ ପହଞ୍ଚିଥିଲା। ପାଖାପାଖି ୧୦ ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉ ପରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.