Below header

ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ମୃତ, ଦୁଇ ଆହତ

ଆଜି ସନ୍ଧ୍ୟା ୭.୩୦ ମିନିଟ ସମୟରେ ନିଜ ଚିକିତ୍ସାଧୀନ ମାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଦେଖିବା ପାଇଁ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ସହିତ ବାଇକର ଧକ୍କା ହୋଇଥିଲା।

କରଞ୍ଜିଆ(କେନ୍ୟୁଜ୍): ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଜଣେ ମୃତ ଦୁଇ ଆହତ । ଏପରି ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ନମ୍ବର ଜାତୀୟ ରାଜପଥର କୁରୁଳିଆ ପେଟ୍ରୋଲ ପମ୍ପନିକଟରେ।  ଆଜି ସନ୍ଧ୍ୟା ୭.୩୦ ମିନିଟ ସମୟରେ ନିଜ ଚିକିତ୍ସାଧୀନ ମାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଦେଖିବା ପାଇଁ ବାଇକ ଯୋଗେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ସହିତ ବାଇକର ଧକ୍କା ହୋଇଥିଲା।

ଧକ୍କା ହେବା ଫଳରେ ବାଇକରେ ବସିଥିବା ବନମାଳୀ ତୁଙ୍ଗ ନାମକ ଜନୈକ ବ୍ୟକ୍ତିଙ୍କ ଉପରେ ଏକ ଅଜଣା ଟ୍ରଲର ଚଢ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହଇଥିଲା। ଅନ୍ୟ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏଇ ଘଟଣାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି ।

ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଲୋକଙ୍କୁ ବୁଝସୁଝା କରୁଥିଲେ ବି ଲୋକେ କ୍ଷତି ପୂରଣ ଦାବୀରେ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରଲର ଟି ଖସି ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ଟଙ୍ଗାବିଲା ନିକଟରୁ ଲୋକେ ଗାଡିକୁ ଅଟକ ରଖିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.