Below header

ସମ୍ବଲପୁର: ଜଙ୍ଗଲ ରାସ୍ତା ଦେଇ ଯାଉଥିବାବେଳେ ଦଳିଦେଲା ହାତୀ

ସମ୍ବଲପୁର(କେନ୍ୟୁଜ୍): ଦଳିଦେଲା  ହାତୀ। ସମ୍ବଲପୁର ନାକଟିଦେଉଳ ବ୍ଲକ ଦହିମାଲ ପଥୁରିଆ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ଜଣକ ଦଶରଥ ନିର୍ଧା। ଦଶରଥ ଆଜି ସକାଳେ ଜଙ୍ଗଲ ରାସ୍ତା ଦେଇ ଯାଉଥିବାବେଳେ ହତାଠ୍ ହାତୀ ହାବୁଡରେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦଶରଥଙ୍କ ମୃତ୍ୟୁ ହୋଇଥିଲା। ହାତୀଟି ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ଆତଙ୍କ ଖେଳାଉଛି। ହେଲେ ବନବିଭାଗ ହାତୀକୁ ଘଉଡାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.