Below header

ମାଲକାନଗିରି: ପୋଲିସ- ନକ୍ସଲ ମୁହାଁମୁହିଁ, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିକୁ ବଡ଼ ସଫଳତା। ପୋଲିସର ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀ ମୃତ। ମୃତ ମାଓବାଦୀ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ। ସୁରନାର ଜଙ୍ଗଲରେ ମାଓବାଦୀ କ୍ଯାମ୍ପ କରି ରହିଥିବା ଖବର ପାଇ DRG ଜବାନ ଅପରେଶନରେ ଯାଇଥିଲେ। ତେବେ ପୋଲିସ ଆସୁଥିବା ସୂଚନା ପାଇ ପ୍ରଥମେ ମାଓବାଦୀ ସୁରକ୍ଷା ଜବାନ ଉପରକୁ ଫାୟାରିଂ କରିଥିଲେ। ଉଭୟ ପକ୍ଷରୁ ଦୀର୍ଘ ସମୟ ଗୁଳିବିନିମୟ ହୋଇଥିଲା।

mao encounter 1

ତେବେ ପୋଲିସ ଗୁଳି ସମ୍ନା କରିନପାରି ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ। ପୋଲିସର ଏନକାଉଣ୍ଟରରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି।ମୃତ ମାଓବାଦୀ ନାଁ ମୁଚାକି ମାଶା। ତା ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଅଧିକା ମାଓବାଦୀ ମୃତାହତ ଆଶଙ୍କାରେ ପୋଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.