Below header

‘ରାଧେଶ୍ୟାମ’ର ପ୍ରି-ଟିଜର ସେୟାର କଲେ ପ୍ରଭାସ, ଭାଲେଣ୍ଟାଇନ୍‌ ଡେ’ରେ ଫ୍ୟାନ୍‌ଙ୍କୁ ଦେବେ ଉପହାର

ବାହୁବଳୀ ଫେମ୍‌ ପ୍ରଭାସଙ୍କ ଅପ୍‌କମିଂ ମୁଭି ‘ରାଧେଶ୍ୟାମ୍‌’କୁ ଫ୍ୟାନ୍‌ମାନେ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପ୍ରଭାସ ମଧ୍ୟ ନିଜ ଫ୍ୟାନ୍‌ଙ୍କୁ ନିରାଶ କରିନାହାନ୍ତି। ମଝିରେ ମଝିରେ ସେ ଆଗାମୀ ଫିଲ୍ମ ସହ ଜଡ଼ିତ ଅପଡେଟ୍‌ ସେୟାର କରିଥାନ୍ତି। ଏବେ ସେ ଫିଲ୍ମର ପ୍ରି-ଟିଜର ସେୟାର କରିଛନ୍ତି। ଏଥିସହ ସେ କହିଛନ୍ତି ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏହି ଫିଲ୍ମର ଟିଜର ରିଲିଜ୍‌ ହେବ।

ଏଥିରେ ଦେଖିବାକୁ ମିଳିଛି, ଏବେ ଯାଏଁ ଆପଣ ପ୍ରଭାସଙ୍କୁ ବାହୁବଳୀ ରୂପରେ ଦେଖିଥିଲେ। ତା’ପରେ ସାହୋରେ ସେ ଆକ୍ସନ୍‌ ସିନ୍‌ କରୁଥିବା ନଜର ଆସିଥିଲେ। କିନ୍ତୁ ଏବେ ଆପଣ ତାଙ୍କର ରୋମାଣ୍ଟିକ୍‌ ସାଇଡ୍‌ ମଧ୍ୟ ଦେଖିବାକୁ ପାଇବେ।

Video Courtesy: UV Creations

ଏହି ଭିଡିଓରେ ପ୍ରଭାସ ଲାଜ କରି ହସୁଥିବା ଦେଖାଯାଇଛି। ସେ ରାସ୍ତାରେ ଚାଲୁଥିବା ନଜର ଆସିଛନ୍ତି। କିନ୍ତୁ ଏମିତି ଲାଗୁଛି, ଯେମିତି ତାଙ୍କ ମନ ଓ ହୃଦୟ ଆଉ କୁଆଡ଼େ ଅଛି। ତାଙ୍କ ଲୁକ୍‌ ଫ୍ୟାନ୍‌ଙ୍କୁ ବେଶ୍‌ ପସନ୍ଦ ଆସିଛି ଓ ଏବେ ଟ୍ଵିଟରରେ ବି ଟ୍ରେଣ୍ଡ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.