Below header

ରାଜଧାନୀର ସହିଦ୍ ନଗର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ୍ ଚାଳକଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜଧାନୀର ସହିଦ୍ ନଗର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଅଜଣା ଗାଡ଼ି ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତିଙ୍କର ଏଯାଏ କୌଣସି ପରିଚୟ ମିଳିନଥିବାବେଳେ ,ବାଇକ୍ ଟିର ନମ୍ବର 0R02AM 6273 ରହିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀରକୁ ଜବତ କରିବା ସହ ବ୍ୟବଚ୍ଛେଦ ଗୃହରେ ସଂରକ୍ଷଣ ରଖିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ,  ମୃତ ବ୍ୟକ୍ତିଙ୍କ ପରିଚୟ ମିଳିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.