ଫିଲ୍ମ ‘ଜର୍ସି’କୁ ମିଳିଲା ଶ୍ରେଷ୍ଠ ତେଲୁଗୁ ଫିଲ୍ମ ପାଇଁ ନ୍ଯାସନାଲ ଆୱାର୍ଡ, ଶାହିଦ କହିଲେ ‘ପ୍ରେସର ପାଇଁ ବହୁତ ଧନ୍ଯବାଦ’

ଦୁଇଦିନ ତଳେ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା ହୋଇଯାଇଛି। ଏଥିରେ ଫିଲ୍ମ ‘ଜର୍ସି’କୁ ଶ୍ରେଷ୍ଠ ତେଲୁଗୁ ଫିଲ୍ମ ପାଇଁ ନ୍ୟାସନାଲ ଆୱାର୍ଡ ମିଳିଛି। ଏହାସହ ଫିଲ୍ମକୁ ଶ୍ରେଷ୍ଠ ଏଡିଟର ପାଇଁ ମଧ୍ୟ ପୁରସ୍କାର ମିଳିଛି। ପୁରସ୍କାର ପାଇଁ ପୁରା ଟିମ ବହୁତ ଖୁସି ଅଛନ୍ତି। କେବଳ ଫିଲ୍ମର ଟିମ କାହିଁକି ଏହାର ହିନ୍ଦୀ ରିମେକରେ ନଜର ଆସିବାକୁ ଥିବା ଅଭିନେତା ଶାହିଦ କପୁର ମଧ୍ୟ ‘ଜର୍ସି’ର ଏହି ସଫଳତା ପାଇଁ ବହୁତ ଖୁସି ଅଛନ୍ତି।

ଶାହିଦ କପୁର ଜର୍ସି ଟିମକୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ପୋଷ୍ଟ ସେୟାର କରି ଜର୍ସି ଟିମକୁ ଏକ ସ୍ନେହଭରା ମେସେଜ ଲେଖିଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, ‘ପୁରା ଟିମକୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅତ୍ୟଧିକ ଚାପ ପାଇଁ ଧନ୍ୟବାଦ।’ ଫିଲ୍ମର ହିନ୍ଦୀ ରିମେକରେ ଶାହିଦ କପୁର ନଜର ଆସିବେ। ହିନ୍ଦୀରେ ବି ମଧ୍ୟ ଫିଲ୍ମ ‘ଜର୍ସି’ ନାଁରେ ହିଁ ରିଲିଜ ହେବ।

 

View this post on Instagram

 

A post shared by Shahid Kapoor (@shahidkapoor)

ଏହି ଫିଲ୍ମରେ ଶାହିଦ ଲିଡ ରୋଲରେ ନଜର ଆସିବେ। ଫିଲ୍ମରେ ଶାହିଦ କପୁର ଜଣେ କ୍ରିକେଟରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ସୁଟିଂ ପୁରା ହୋଇସାରିଛି । ଏହି ସୁଟିଂ ସମୟରେ ଶାହିଦ ମଧ୍ୟ ଆହତ ହୋଇଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଗୌତମ ତିନ୍ନାନୁରୀ କରୁଛନ୍ତି। ଫିଲ୍ମରେ ଶାହିଦଙ୍କ ବ୍ଯତୀତ ମ୍‌ଣାଲ ଟାକୁର, ଶରଦ କେଲକର ଏବଂ ପଙ୍କଜ କପୁର ଭଳି କଳାକାର ନଜର ଆସିବେ। ଫିଲ୍ମଟି ଆସନ୍ତା ଦୀପାବଳି ସମୟରେ ଥିଏଟରରେ ନଜର ଆସିବ। ତାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ମଧ୍ୟ ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍। କବୀର ସିଂହ ବକ୍ସ ଅଫିସରେ ଧମାଲ ମଚେଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.