Below header

ବଲ୍ ରୋକିବାକୁ ଡ୍ରାଇଭ ମାରୁଥିବା ବେଳେ ଖସିଲା ଶ୍ରେୟସଙ୍କ ବାମ କାନ୍ଧ ହାଡ଼, ଆଇପିଏଲରୁ ପଡିପାରନ୍ତି ବାଦ୍

ଭାରତ- ଇଂଲଣ୍ଡ ମଧ୍ୟରେ ପୁଣେରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ବଡ ଝଡକା ଲାଗିଛି। ଟିମ୍ ଇଣ୍ଡିଆ ଏହି ମ୍ଯାଚ ଜିତିଛି ସତ କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କୁ ଫିଲ୍ଡିଂ ସମୟରେ ଆଘାତ ଲାଗିଛି। ବଲ୍ ରୋକିବା ପ୍ରୟାସରେ ଡ୍ରାଇଭ ମାରିଥିଲେ। ତାଙ୍କ ବାମ କାନ୍ଧର ହାଡ ଖସି ଯାଇଛି। ଏହା ପରେ ତାଙ୍କର ଦିନିକିଆ ସିରିଜ୍ ସହ ଆଇପିଏଲ ଖେଳିବା ନେଇ ସନ୍ଦେହ ଉପୁଜିଛି।

ବିସିସିଆଇର ଡାକ୍ତରୀ ଦଳ କହିଛନ୍ତି, ଅଷ୍ଟମ ଓଭରରେ ଶ୍ରେୟସ ଆୟରଙ୍କ ବାମ କାନ୍ଧର ହାଡ ଫିଲ୍ଡିଂ ସମୟରେ ଖସି ଯାଇଛି। ତାଙ୍କୁ ସ୍କାନ ପାଇଁ ନିଆଯାଇଛି। ସେ ଆଗାମୀ ମ୍ୟାଚ୍ ଖେଳି ପାରିବେ ନାହିଁ। ଶ୍ରେୟସ ଜାଗାରେ ଶୁବମାନ ଗିଲ୍ ଫିଲ୍ଡିଂ କରିବାକୁ ଆସିଥିଲେ।

ଶ୍ରେୟସଙ୍କ ଆଘାତ ଗମ୍ଭୀର ଥିବା ଭଳି ଜଣାପଡୁଛି। ସେ ଦିନିକିଆ ସିରିଜର ଆଗାମୀ ଦୁଇଟି ମ୍ୟାଚ୍ରୁ ବାଦ୍ ପଡି ପାରନ୍ତି। ଦିନିକିଆ ସିରିଜରେ ଆଗାମୀ ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆରେ ଶ୍ରେୟସ ଆୟରଙ୍କ ବ୍ୟତୀତ ଉପ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆହତ ହେଇଥିଲେ। ବ୍ୟାଟିଂ ବେଳେ ମାର୍କ ଉଡଙ୍କ ବଲ୍ ରୋହିତଙ୍କ ହାତରେ ବାଜିଥିଲା। ଏହା ପରେ ମଧ୍ୟ ରୋହିତ ବ୍ୟାଟିଂ ଜାରି ରଖିଥିଲେ। ସେ ୨୮ ରନ କରି ଆଉଟ୍ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.