ପୋଲ ତଳକୁ ଖସିଲା ବାଇକ୍ :ଜଣେ ମୃତ ଜଣେ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାସୁଦେବପୁର(କେନ୍ୟୁଜ୍) : ଜାମୁଝାଡି-ବାସୁଦେବପୁର ରାସ୍ତାର ପଟା ପୋଲ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ହୋଇଛନ୍ତି | ଗୁରୁତର ଯୁବକଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ବାସୁଦେବପୁର ଥାନା ବାଷଠି ଗ୍ରାମର ବିପିନ ବେହେରା ବୋଲି ସୂଚନା ମିଳିଛି।
ଆଜି ଭୋର ସମୟରେ ଦୁଇଜଣ ଯୁବକ ଭଦ୍ରକ ଡାକ୍ତରଖାନାରୁ ନିଜ ଘର ଅଭିମୁଖେ ଫେରୁଥିବା ବେଳେ, ଦୁର୍ଘଟଣା ହୋଇଛି | ପଟା ପୋଲ ନିକଟରେ ଦୀର୍ଘଦିନ ଧରି ଚାଲିଥିବା ନିର୍ମାଣଧୀନ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

ନିର୍ମାଣଧୀନ ଏହି ପୋଲ ପୂର୍ବରୁ ଡ଼ାଇଭର୍ସନ ପାଇଁ କୌଣସି ସୂଚନା ନଥିବାରୁ ବାଇକଟି ପୋଲ ତଳକୁ ଖସିପଡି ତଳେ ପିଟିହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ବିପିନଙ୍କ ମୃତ୍ୟୁ ହୋଇ ଯାଇଥିଲା । ଦୀର୍ଘଦିନ ଧରି ଏହି ପୋଲର ନିର୍ମାଣ କାମ ଚାଲୁଥିଲେ ମଧ୍ୟ ଶେଷ ହୋଇ ପାରୁନାହିଁ। ରାସ୍ତାକାମ କରୁଥିବା ସଂସ୍ଥା umsl କମ୍ପାନୀର ଦାୟିତ୍ୱରେ ଅବହେଳା ପାଇଁ ଆଜି ଏହି ଜୀବନ ଯାଇଥିବା ଅଭିଯୋଗ କରି ସ୍ଥାନୀୟବାସିନ୍ଦା କ୍ଷତିପୂରଣ ଦାବିକରି ଜାମୁଝାଡି-ବାସୁଦେବପୁର ରାସ୍ତା ପଟା ପୋଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି।

ଗୁରୁତର ଯୁବକ ହେଉଛନ୍ତି ମୁକେଶ କୁମାର ପ୍ରଧାନ। କନ୍ଧମାଳ ଫୋଲବାଣୀ ଅଞ୍ଚଳର ବୋଲି ଜଣା ପଡିଛି। ସେ ଏଠାରେ ଚିଙ୍ଗୁଡ଼ି କମ୍ପାନୀରେ କାମ କରି ଆସୁଥିଲେ। ଏହି ଦୁର୍ଘଟନାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.