ବଜ୍ରାଘାତରେ ମହିଳା ମୃତ, ବିଲରେ କାମ କରୁଥିବା ବେଳେ ବଜ୍ରାଘାତ
ବୌଦ୍ଧ ଥାନା ରାଉତବାହାଲ ଗ୍ରାମରେ ବଜ୍ରାଘାତରେ ମହିଳା ମୃତ। ମୃତକ ମହିଳା ରାଉତବାହାଲ ଗ୍ରାମର ପାନେଶ୍ୱରୀ ପୋଢ଼ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।

ବୌଦ୍ଧ: ବୌଦ୍ଧ ଥାନା ରାଉତବାହାଲ ଗ୍ରାମରେ ବଜ୍ରାଘାତରେ ମହିଳା ମୃତ। ମୃତକ ମହିଳା ରାଉତବାହାଲ ଗ୍ରାମର ପାନେଶ୍ୱରୀ ପୋଢ଼ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ବୌଦ୍ଧ ଥାନା ରାଉତବାହାଲ ଗ୍ରାମର ପାନେଶ୍ୱରୀ ପୋଢ଼ ଆଜି ଅପରାହ୍ନ ରେ ବିଲକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତ ରେ ସେ ଗୁରୁତର ହୋଇଥିଲେ । ତେବେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଗ୍ରାମବାସୀ ତାଙ୍କୁ ବୌଦ୍ଧ ମେଡିକାଲ ରେ ଆଣି ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେପଟେ ବୌଦ୍ଧ ଆଦର୍ଶ ଥାନା ପୋଲିସ ମାମଲାର ତଦନ୍ତ ଜାରି ରଖିଛି।