Below header

ପୁଣି ଅଶାନ୍ତ ବିଂଝାରପୁର: ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼, ଜଣେ ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରରେ ବାଲିଘାଟ ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ଓ ଜଣେ ମୃତ। ବିଂଝାରପୁର ଥାନା ଅନ୍ତର୍ଗତ ବଗମରା ଘାଟ ନିକଟସ୍ଥ ମନେଇ ଗଣ୍ଡ ବାଲିଘାଟକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଏଥିରେ ସ୍ଥାନୀୟ ଗ୍ରାମର ସୁରେନ୍ଦ୍ର ଦାସଙ୍କ ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ବାଲି ଘାଟ ନିଲାମ ନେଇଥିଲେ। କିନ୍ତୁ କେତେକ ଅସାମାଜିକ ବ୍ୟକ୍ତି ସେହି ଘାଟରୁ ଚୋରାରେ ବାଲି ଚାଲାଣ କରୁଥିଲେ। ସୁରେନ୍ଦ୍ର ଏହାର ବିରୋଧ କରି ଆସୁଥିଲେ।

ଆଜି ସନ୍ଧ୍ୟା ସମୟରେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.