ଘରେ ପୂଜା କରୁଥିବା ସମୟରେ ଏହି କଥାର ରଖନ୍ତୁ ଧ୍ୟାନ, ଦେଖିବେ ରହିବନି ଧନର ଅଭାବ

ଭାରତୀୟ ପରମ୍ପରା ଅନ୍ତର୍ଗତ ପ୍ରତ୍ଯେକ ବ୍ଯକ୍ତି ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଆନେକ ପ୍ରକାରର ପୂଜା କରିଥାନ୍ତି। ଦିନଟି ଭଲରେ ବିତିବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ପ୍ରକାରର ରୀତିନୀତିର ମଧ୍ୟ ପାଳନ କରିଥାନ୍ତି। ତେବେ ଆପଣ କେବେ ପୂଜାଘରେ ରହିଥିବା ପାଣି କଳସର ବ୍ଯବହାର ଏବଂ ତାହାର ବାସ୍ତବିତ ମାନ୍ଯତା ବିଷୟରେ ଜାଣିଛନ୍ତି । ପୂଜାଘରେ ରହିଥିବା ପାଣି ଭର୍ତ୍ତି କଳସ ପଛରେ ରହିଛି ଘର ସମ୍ବନ୍ଧୀୟ ଅନେକ ବାସ୍ତୁ ନିୟମ ଯାହା ଆମ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ।

temple

ଘରର ସୁଖ ଏବଂ ଶାନ୍ତି ପାଇଁ ସବୁବେଳେ ଘରର ଠାକୁର ଘରେ ତମ୍ବାର କଳସର ବ୍ଯବହାର କରନ୍ତୁ। ଶାସ୍ତ୍ର ଅନୁଯାୟୀ ଏହା ଦ୍ବାରା ଘରେ ରହିଥିବା ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ।

ବାସ୍ତୁ ଅନୁଯାୟୀ ଘରର ରୋଷେଇଶାଳାରେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ରୁଟି ସବୁବେଳେ ଗାଇ ଏବଂ ଶେଷ ରୁଟି ସବୁବେଳେ କୁକୁର ପାଇଁ ପ୍ରସ୍ତୁତ କରିବା ଉଚିତ୍। ଏହା ଦ୍ବାରା ଘର ସମ୍ବନ୍ଧୀୟ ସମସ୍ତ ଅଭାବ ଏବଂ ଅଶାନ୍ତି ଦୂର ହୋଇଥାଏ। ପ୍ରତ୍ଯେକ ଦିନ ପୂଜା ଘର ବାହାରେ ଏକ ପାତ୍ରରେ ପାଣି ରଖିବା ଉଚିତ୍ ଏଥିସହ ତାହାର ପରଦିନ ପୂଜା ଶେଷ କରିବା ପରେ ସେହି ପାଣିକୁ ଘରର ସମସ୍ତ କୋଣରେ ଛିଞ୍ଚିବା ଦରକାର। ଏହା ଦ୍ବାରା ଘରେ ଏକ ସକାରତ୍ମକ ବାତାବରଣ ସ୍‌ଷ୍ଟି ହୋଇଥାଏ।

POOJA-GHAR

ପୂଜା କରିବା ସମୟରେ ପୂର୍ବରୁ ପୂଜାରେ ଲାଗିଥିବା ସମସ୍ତ ମଉଳିଥିବା ଫୁଲକୁ ବାହାର କରିଦେବା ଦରକାର। ଏପରି କୁହାଯାଇଥାଏ କି ଶୁଖିଲା ଫୁଲକୁ ଘରେ ରଖିବା ଦ୍ବାରା ଘର ମଧ୍ୟରେ ଏକ ପ୍ରକାରର ନକାରତ୍ମକ ଉର୍ଜା ସଷ୍ଟି ହୋଇଥାଏ। ଏଥିସହ ପୂଜାରେ ବ୍ଯବହାର ହୋଇଥିବା ବାସି ଫୁଲକୁ କେବେ ମଧ୍ୟ ଏଆଡ଼େସିଆଡ଼େ ପକାଇବା ଉଚିତ୍ ନୁହଁ । ସବୁବେଳେ ଏହାକୁ ପାଣିରେ ଭସାଇବା ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.