Below header

ଝାରସୁଗୁଡ଼ାରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ ଘଟଣା, ଆଖି ବୁଜିଲେ ଆଉ ଜଣେ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଗୋଟିଏ ପରିବାରର ୫ ଜଣ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଆଖି ବୁଜିଲେ ଆଉ ଜଣେ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ସମୁଦାୟ ୪ ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ଆଉ ଜଣଙ୍କର ଚିକିତ୍ସା ଚାଲିଛି ।

ସୂଚନା ଥାଉକି, ପରିବାରର ସାନ ପୁଅ ଦୁର୍ଘଟଣାର ଶିକାର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଭାଙ୍ଗିପଡି ପରିବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରଥମେ ଚିକିତ୍ସାଧୀନ ଅବସ୍ଥାରେ ବଡ ଭାଇ, ମାଆଙ୍କର  ମୃତ୍ୟୁ ହୋଇଥିଲା । ଏହାପରେ ବଡ ଭଉଣୀ ପ୍ରାଣ ହାରିଥିଲେ । ଝାରସୁଗୁଡା ଜିଲ୍ଲା ବିଟିଏମ୍‌ ଫାଣ୍ଡି ଲହଣ୍ଡାବୁଡ଼ରେ ଏହି ଅଭାବନୀୟ ଘଟଣା ସବୁ ଆଡେ ଆଲୋଚନାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.