ବଦଳିଯିବ ଆପଣଙ୍କ ଆସ୍ଥାର ନିୟମ: ମନ୍ଦିରରେ ମିଳିବନି ଏହିସବୁ ଜିନିଷ, ଛୁଇଁ ପାରିବେନି ଦେବାଦେବୀଙ୍କ ପ୍ରତିମୂର୍ତ୍ତି

କରୋନା ଯୋଗୁଁ ବହୁତ କିଛି ବଦଳିଯାଇଛି। ଆଗକୁ ବହୁତ କିଛି ବଦଳିବାର ରହିଛି। ଏହି ପରିପ୍ରେକ୍ଷୀରେ ଆପଣଙ୍କ ଭକ୍ତି ଏବଂ ପୂଜାବିଧି କରିବାର ନିୟମ ମଧ୍ୟ ଜୁନ ୮ ତାରିଖରୁ ପରିବର୍ତ୍ତନ ହେବ। ଆସନ୍ତା ୮ ଜୁନ ପରଠାରୁ ଦେଶରେ କଣ୍ଟେନମେଣ୍ଟ ଜୋନ ବାଦ୍ ଧାର୍ମିକ ସ୍ଥଳ ଖୋଲାଯିବାକୁ ସରକାର ଅନୁମତି ଦେଇଛନ୍ତି। ଏଥିପାଇଁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି। ଏବେ ମନ୍ଦିର, ମସଜିଦ କିମ୍ବା ଗୁରୁଦ୍ୱାରାରେ ପୂର୍ବ ଅନୁଯାୟୀ ନୁହେଁ ନୂଆ ଗାଇଡଲାଇନ ଅନୁଯାୟୀ ପୂଜା କରିବାକୁ ହେବ। ଆସନ୍ତୁ ଜାଣିବା କ’ଣ ବଦଳିଯିବ….
ମନ୍ଦିରରେ ବଦଳିବାକୁ ଥିବା ନିୟମ :
ଦେଶରେ ଅନଲକ ୧.୦ ଆରମ୍ଭ ହେବା ପରେ ମନ୍ଦିର, ମସଜିଦ, ଗୁରୁଦ୍ୱାର ଏବଂ ଚର୍ଚ୍ଚରେ ନୂଆ ନିୟମ ଲାଗୁ ହେବ। କରୋନା ସମୟରେ ମନ୍ଦିରରେ ଆଉ ପ୍ରସାଦ କିମ୍ବା ଚରଣାମୃତ ମିଳିବ ନାହିଁ। କେନ୍ଦ୍ର ସରକାର ଧାର୍ମିକ ସ୍ଥଳ ଖୋଲାଯିବାକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ମଧ୍ୟରେ…
– ଆପଣ ମନ୍ଦିର ଯାଇପାରିବେ, କିନ୍ତୁ କୌଣସି ମୂର୍ତ୍ତିକୁ ଛୁଇଁପାରିବେ ନାହିଁ।
– ଧାର୍ମିକ ପୁସ୍ତକ କିମ୍ବା ପୂଜା ସ୍ଥଳରେ ସବୁକିଛି ଛୁଇଁବା ମନା।
– ମନ୍ଦିରରେ ଭିଡ ହେବନାହିଁ। ମନ୍ଦିରରେ ସାମାଜିକ ଦୂରତ୍ୱକୁ ମାନି ଲୋକେ ଲାଇନରେ ଠିଆ ହେବେ ଏବଂ ପରସ୍ପର ମଧ୍ୟରେ ୬ ଫୁଟରୁ ଅଧିକ ଦୂରତା ରହିବ। ଶ୍ରଦ୍ଧାଳୁ ମାସ୍କ କିମ୍ବା ମୁହଁଙ୍କୁ ଢାଙ୍କିବା ବାଧ୍ୟତାମୂଳକ କରାଯାଇଛି।
– ନିଜ ଫୋନରେ ଆରୋଗ୍ୟ ସେତୁ ଆପ୍ ରଖିବା ବାଧ୍ୟତାମୂଳକ।
ଧାର୍ମିକ ସ୍ଥଳର ଦାୟିତ୍ୱ :
– ଏଠାକୁ ଆସିବାକୁ ଥିବା ସମସ୍ତ ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।
– ପ୍ରବେଶ ପଥ ଏବଂ ପ୍ରସ୍ଥାନ ଦ୍ୱାରାରେ ହ୍ୟାଣ୍ଡ ସାନିଟାଇଜରର ସୁବିଧା ରହିବ।
– ଯେଉଁ ସ୍ଥାନରେ ଭକ୍ତ ଠିଆ ହେବେ ସେ ସ୍ଥାନରେ ମାର୍କି କରାଯାଇଥିବ।
– ଧାର୍ମିକ ସ୍ଥଳକୁ ଆସିବା ଏବଂ ଯିବା ପାଇଁ ଅଲଗା ଅଲଗା ରାସ୍ତାର ବ୍ୟବସ୍ଥା କରାଯିବ।
ସରକାରଙ୍କ ଏହି ନୂଆ ଗାଇଡଲାଇନ ଜରିଆରେ ଧାର୍ମିକ ସ୍ଥଳକୁ ଯିବା ପୂର୍ବରୁ ହାତ ଏବଂ ପାଦକୁ ସାବୁନରେ ଭଲଭାବେ ଧୋଇହୋଇଯିବା ପାଇଁ କୁହାଯାଇଛି। ମନ୍ଦିର ଭିତରେ ଥିବା ଦୋକାନ ଠାରୁ ମଧ୍ୟ ସାମାଜିକ ଦୂରତ୍ୱ ପାଳନ କରିବା ବାଧ୍ୟ।