Below header

ମୟୂରଭଞ୍ଜ:ରାଇରଙ୍ଗପୁର ମୁର୍ମୁ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ମୟୂରଭଞ୍ଜ(କେନ୍ୟୁଜ୍): ରାଇରଙ୍ଗପୁର ମୁର୍ମୁ ଛକରେ ଟାଟା ଆରିସ ଓ ବାଇକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବହଳଦା କଲୋନୀ ସାହିର ଡମ୍ବରୁଧର ମୁଖୀ । ଡ୍ୟୁଟି ସାରି ଶଶୁର ଘର ଚମ୍ପାଉଦାକୁ ଯାଉଥିବା ବେଳେ ରାଇରଙ୍ଗପୁର ଟାଉନ ଥାନା ମୁର୍ମୁ ଛକରେ ଟାଟା ଆରିସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଘଟଣା ସ୍ଥଳରୁ ଡମ୍ବରୁଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡମ୍ବରୁ ବହଳଦା ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.