ସ୍ବାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ଡକ୍ଟର ଅଚ୍ୟୁତ ସାମନ୍ତ, ଚକଲେଟ୍‌ ଓ ଫୁଲ ଦେଇ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ): କିମ୍ସ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ପ୍ରଦାନ କଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କରୋନା ଯୋଦ୍ଧାଙ୍କୁ ଚକଲେଟ୍‌ ଓ ଫୁଲ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।ଏହି କରୋନା କାଳରେ ନିଜ ପରିବାରକୁ ନାଦେଖି ସମଗ୍ର ମାନବ ଜାତିକୁ ଗୋଟିଏ ପରିବାର ମଣି ସେବା ଯୋଗାଉଥିବା ଡାକ୍ତର ଓ ନର୍ସମାନେ ହେଉଛନ୍ତି ପ୍ରଶଂସାର ପାତ୍ର। ତେଣୁ  ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମାଜ ସବୁବେଳେ ମନେ ରଖିବ ବୋଲି ଡ. ସାମନ୍ତ କହିଛନ୍ତି ।

Leave A Reply

Your email address will not be published.