ପାକିସ୍ତାନ ବିପକ୍ଷରେ ଏମ୍‌ଏସ୍‌ ଧୋନି ରଚି ଥିଲେ ନିଜର ଟେଷ୍ଟ ଏବଂ ଓ୍ଵାନ୍‌ଡେର ପ୍ରଥମ ଶତକ, ସ୍କୋର ମଧ୍ୟ ଥିଲା ସମାନ

ନୂଆଦିଲ୍ଲୀ : ଭାରତର ସବୁଠୁ ସଫଳତମ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନୀ ଆଜି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି । ଧୋନି ଟେଷ୍ଟ କ୍ରିକେଟରୁ ପୂର୍ବରୁ ଅବସର ନେଇସାରିଥିଲେ । ଆଜି ଓ୍ଵାନ୍‌ଡେ ଏବଂ ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ୨୦୦୪ରେ ଓ୍ଵାନ୍‌ଡେ କ୍ରିକେଟ୍‌ରେ ପାଦ ଥାପିଥିବା ଧୋନି ତାଙ୍କର ପ୍ରଥମ ଶତକ ପାକିସ୍ତାନ ବିପକ୍ଷରେ କରିଥିଲେ ।

ସେହିପରି ପ୍ରଥମ ଟେଷ୍ଟ ୨୦୦୫ରେ ପାକିସ୍ତାନ ବିପକ୍ଷରେ ଖେଳି ପ୍ରଥମ ଶତକ ଅକ୍ତିଆର କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଯେ ତାଙ୍କର ପ୍ରଥମ ଓ୍ଵାନ୍‌ଡେ ଓ ପ୍ରଥମ ଟେଷ୍ଟରେ ସେ ସମାନ ୧୪୮ ରନ୍‌ କରିଥିଲେ । ୫ ଏପ୍ରିଲ୍‌ ୨୦୦୫ରେ ଓ୍ଵାନ୍‌ଡେ ସିରିଜ୍‌ରେ ତେନ୍ଦୁଲକର ଶୀଘ୍ର ଆଉଟ୍‌ ହୋଇଯିବା ପରେ ୩ୟ ଖେଳାଳି ଭାବେ ଧୋନି ଆସିଥିଲେ ।

dhoni-1

ଏହି ମ୍ୟାଚ୍‌ରେ ଧୋନି ୧୨୩ ବୋଲ୍‌ରେ ୧୫ ଚୈାକା ଓ ୪ ଛକା ମାରି ୧୪୮ ରନ୍‌ ପୂର୍ଣ୍ଣ କରିଥିଲେ । ଏଥିରେ ମାତ୍ର ୮୮ ବଲ୍‌ର ସାମ୍‌ନା କରି ଶତକ ପୂର୍ଣ୍ଣ କରିଥିଲେ ।

ସେହିପରି ଧୋନି ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ଶତକ ପାକିସ୍ତାନ ବିରୋଧରେ ୨୦୦୬ରେ କରିଥିଲେ । ସେଥିରେ ୧୯ ଚୈାକା ଓ ୪ ଛକା ସହାୟତାରେ ୧୫୩ ବଲ୍‌ରେ ୧୪୮ ରନ୍‌ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.