Below header

ଉତ୍ତରା- ଧଉଳି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଭଉଣୀ ଯାଉଥିବା ସ୍କୁଟିକୁ ପିଟିଲା କାର, ଜଣେ ମୃତ ଜଣେ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):  ଉତ୍ତରା- ଧଉଳି ନକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳ ସାଢେ ୯ଟା ସମୟରେ ସ୍କୁଟିରେ ଦୁଇ ଭଉଣୀ ଯାଉଥିବା ବେଳେ ଅଜଣା କାର ସେମାନଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ତଳେ ପଡିଯିବା ବେଳେ ସ୍କୁଟି ଚଲାଉଥିବା  ଭଉଣୀର ପେଟ ଉପରେ କାରଟି ଚଢିଯାଇଥିଲା। ଘଟଣା ସ୍ଥଳରେ ସ୍କୁଟି ଚାଳିକା ମୁର୍ମୁଷ ଅବସ୍ଥାରେ ପଡିଯାଇଥିବା ବେଳେ ସ୍କୁଟିର ପଛରେ ବସିଥିବା ଆଉ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ  ଉଦ୍ଧାର କରି  ମେଡିକାଲକୁ ସ୍ଥାନନ୍ତର  କରିଥିଲା। କିନ୍ତୁ ସ୍କୁଟି ଚଳାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି।

ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଭଉଣୀ ଠିକଣା ମିଳିଛି। ସେମାନଙ୍କ ହେଲେ ଡେଲାଙ୍ଗର ବେଙ୍ଗ ଭୁଜବଳ (ମିକି) ଓ ଟିକି ଭୁଜବଳ । ଉଭୟ ଭୁବନେଶ୍ବର ବିଏମସି ଭବାନୀ ମଲରେ କାମ କରୁଥିବାର ସୂଚନା ମିଳିଛି। ଗାଁରୁ ଭୁବନେଶ୍ବର ଆସୁଥିବା ବେଳେ ଉତ୍ତରା-ଧଉଳୀ ମଧ୍ୟର ଦୁର୍ଘଟଣାର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.