Below header

ଗବେଷକ କହିଲେ, ପୃଥିବୀରୁ ଉଡିକରି ଚନ୍ଦ୍ରରେ ପହଞ୍ଚିଥିଲା ପାଣି

ପୃଥିବୀ ବାହାରେ ଜୀବନର ସନ୍ଧାନରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ଅନ୍ୟ ଗ୍ରହରେ ପାଣି ଅଛି କି ନାହିଁ ତାହା ଉପରେ ବୈଜ୍ଞାନିକମାନଙ୍କ ସନ୍ଧାନ ଜାରି ରହିଛି । ପାଣିର ମୁଖ୍ୟ ଆଧାର ହେଉଛି ହାଇଡ୍ରୋଜନ ଓ ଅକ୍ସିଜେନ । ଏହା ମଧ୍ୟ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଚନ୍ଦ୍ରମାରେ ବହୁତ ପାଣି ଥିବା କଥା ଏବେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ।

moon
photo credit: hindi news18.com

ତେବେ ଏହା କିପରି ଚନ୍ଦ୍ରମାକୁ ଆସିଲା ବୋଲି ବୈଜ୍ଞାନିକଙ୍କୁ ଆନ୍ଦୋଳିତ କରିଥିଲା । ନିକଟରେ ହୋଇଥିବା ଗବେଷଣାରୁ ଏହାର କାରଣ ସମ୍ପର୍କରେ ଜାଣିବାକୁ ମିଳିଛି ଯେ ପୃଥିବୀର ମାଗ୍‌ନେଟୋସ୍ଫିଅର ମାଧ୍ୟମରେ ଚନ୍ଦ୍ରମାରେ ଏତେ ପାଣି ପହଞ୍ଚିବା ସମ୍ଭବ ହୋଇପାରିଛି ।ଚନ୍ଦ୍ରମା ଏକ ସୁଖିଲା ଓ ବନ୍ଧ୍ୟା ଚଟାଣ ଏବଂ ଏଥିରେ ବାୟୁମଣ୍ଡଳ ନାହିଁ ବୋଲି ପୂର୍ବରୁ ବୈଜ୍ଞାନିକମାନଙ୍କ ଧାରଣା ଥିଲା । ଏଠାରେ ତାପମାନ କମ୍‌ ଓ ନିରସ ବାତାବରଣ ବୋଲି ବିଶ୍ୱାସ କରାଯାଉଥିଲା । ପରେ ଏଠାରେ ବରଫ ଓ ଅକ୍ସିଜେନ୍‌ ଥିବା କଥା ପ୍ରମାଣ ମିଳିଛି ।

moon
photo credit: hindi news18.com

କାଗୁୟା ସାଟେଲାଇାଟ୍‌ ବ୍ୟବହାର କରି ବୈଜ୍ଞାନିକମାନେ ଚନ୍ଦ୍ରର ପୂର୍ଣ୍ଣିମା ସମୟରେ ଅକ୍ସିଜେନ୍‌ ଆଇସୋଟୋପ୍‌ ର ପ୍ରବଳ ମାତ୍ରାକୁ ଦେଖିଥିଲେ ଯାହା ପୃଥିବୀର ଓଜନ ପରସ୍ତ ରୁ ଯାଇଥିବା ଜଣାଯାଇଥିଲା । ପୃଥିବୀର ବାହ୍ୟମଣ୍ଡଳ ର ହାଇଡ୍ରୋଜେନ୍‌ ଆୟନ ସହ ମିଶି ଚନ୍ଦ୍ରର ମାଟିରେ ମିଶିଯାଇଥିବା ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ।

ବୈଜ୍ଞାନିକମାନେ ଏକଥା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ମ୍ୟାଗ୍ନେଟୋସ୍ପିୟର କଣିକାରେ ମିଶି ରହିଥିବା ପବନ ବହୁତ ଅଲଗା । ଯାହାଯୋଗୁ ମାଗ୍ନେଟୋସ୍ପିୟର ରେ ଏକ ପ୍ରକାର ପାଣି ପୁଷ୍କରିଣି ସୃଷ୍ଟି ହୋଇଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.