Below header

ଲଗାମଛଡା ପିଆଜ ଦର, କଟକ ଓ ଭୁବନେଶ୍ୱରରେ କିଲୋ ପିଛା ଛୁଇଁଲାଣି ୧୨୦ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଅସମ୍ଭାଳ ପିଆଜ ଦର । ଲଗାମଛଡା ହୋଇଛି ପିଆଜ ବଜାର । ପୂର୍ବର ସବୁ ରେକର୍ଡ କାଟିଛି ପିଆଜ ଦର। ଦର ଏପରି ହୋଇଛି, ପିଆଜ କାଟିଲେ ନୁହେଁ, ଦେଖିଲେ ଆଖିରୁ ଲୁହ ବାହାରୁଛି। କଟକ ଓ ଭୁବନେଶ୍ୱରରେ ପିଆଜ କିଲୋ ପିଛା ଦର ୧୨୦ ଛୁଇଁଲାଣି । ତୁର୍କିରୁ ଆସିବ ପିଆଜ । ଦେଶରେ ପିଆଜ ସଂକଟ ଟାଳିବାକୁ ତୁର୍କିରୁ ୧୧ ହଜାର ମେଟ୍ରିକ୍‌ ଟନ୍‌ ପିଆଜ ଆସିବ। ତେବେ ଏହି ପିଆଜ ପହଞ୍ଚିବାକୁ ବିଳମ୍ବ ଅଛି। ଡିସେମ୍ବର ଶେଷ ବା ଜାନୁଆରୀ ପ୍ରଥମ ସପ୍ତାହରେ ତୁର୍କି ପିଆଜ ପହଞ୍ଚିବ।

ONIONତେବେ ଏହା ପୂର୍ବରୁ ଇଜିପ୍‌ଟ ପିଆଜ ଭାରତରେ ପହଞ୍ଚି ସାରିଥିବ। ଇଜିପ୍‌ଟରୁ ୬ ହଜାର ୯୦ ମେଟ୍ରିକ୍‌ ଟନ୍‌ ପିଆଜ ମଗାଯାଇଛି। ଏହି ପିଆଜ ଡିସେମ୍ବର ମଧ୍ୟ ଭାଗରେ ଭାରତରେ ପହଞ୍ଚିବ। ସେପଟେ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବାକୁ ରାଜ୍ୟ ସରକାର ଖୋଲିଛନ୍ତି ଦୋକାନ । ଆନ୍ଧ୍ରପ୍ରଦେଶରୁ ଆସୁଥିବା ନୂଆ ପିଆଜର ପାଇକାରୀ ଦର ୧୦୦ଟଙ୍କା ରହିଥିବାରୁ ଖୁଚୁରା ଦର ୧୨୦ଟଙ୍କା ଛୁଇଁଛି। ନାସିକରୁ ଆସୁଥିବା ପୁରୁଣା ପିଆଜର ପାଇକାରୀ ଦର ୧୧୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.