Below header

ଆଜି ପାଳିତ ହେଉଛି ନୌସେନା ଦିବସ, ବିଭିନ୍ନ ନାଭାଲ ବେସ୍‌ରେ ଆୟୋଜନ ହେଉଛି କାର୍ଯ୍ୟକ୍ରମ

ଆଜି ପାଳିତ ହେଉଛି ନ୍ୟାଭି ଡେ’ । ଏଥିପାଇଁ ବିଭିନ୍ନ ନାଭାଲ ବେସ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯୁଦ୍ଧ ଜାହାଜ ଗୁଡିକୁ ସାଧାରଣ ଦର୍ଶକଙ୍କ ପାଇଁ ରଖାଯାଇଛି । ଏହାସହ ଯୁଦ୍ଧ ଜାହାଜ ଗୁଡିକର ପରାକ୍ରମ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଉଛନ୍ତି ନଭାଲ ଅଫିସର । ସେହିଭଳି ପାରାଦୀପ କୂଳରେ ଲାଗିଥିଲା ଯୁଦ୍ଧ ଜାହାଜଆଇଏନ୍‌ଏସ୍‌ ଘଡିଆଳ ଓ ଆଇଏନ୍‌ଏସ୍‌ ରଣା। ଅନ୍ୟପଟେ ନ୍ୟାଭି ଡେ ପୂର୍ବରୁ ଭାରତୀୟ ନୌସେନା ଦେଖାଇଛି ପରାକ୍ରମ ।

ଭାରତୀୟ ଜଳ କ୍ଷେତ୍ରରେ ଚନୀର ଏକ ଜାହାଜ ପଶି ଆସିବା ପରେ ଏହାକୁ ନୌସେନା ତଡ଼ିଦେଇଛି । ଭାରତ ମହାସାଗର କ୍ଷେତ୍ରରେ ଚୀନର ବଢ଼ୁଥିବା ପ୍ରାର୍ଦୁଭାବ ଉପରେ ନଜର ରଖିଛି ଭାରତୀୟ ନୌସେନା । ଚୀନ ୨୦୦୮ରୁ ଭାରତ ସାଗରରେ ନିଜର ଗତିବିଧି ବୃଦ୍ଧି କରିଛି । ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂ ଏହି ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.