ଆମଦାନୀ ହ୍ରାସ ଫଳରେ ବଢିଲା ପିଆଜ ଦର! କିଲୋ ପିଛା ୫୦ ଟଙ୍କା

ଭୁବନେଶ୍ବର: ପିଆଜ ଦର ୫୦ ଟଙ୍କା ଟପିଲା । ଗତକାଲିଠାରୁ ପିଆଜ ଦର ହଠାତ ୫୦ ଟଙ୍କା ବଢ଼ି ଯାଇଛି । ଗତ ସପ୍ତାହରେ ବଜାରରେ କିଲୋ ପିଛା ୩୫ ଟଙ୍କା ଥିବା ପିଆଜ ହଠାତ୍‌ ୫୦ ଟଙ୍କା ହୋଇଛି । ସ୍ଥାନ ଦେଖି କିଛି ବଜାରରେ ୬୦ ଟଙ୍କା ହୋଇଛି ପିଆଜ ଦର । ମାତ୍ର ଗୋଟିଏ ସପ୍ତାହରେ କିଲୋ ପିଛା ୧୫ ଟଙ୍କା ବଢ଼ିବା ଦ୍ୱାରା ଖାଉଟି ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏହି ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହଲରେ ଆମଦାନୀ ହ୍ରାସ କାରଣ କୁହାଯାଉଛି । ଅନେକ କହୁଛନ୍ତି ଯେ,କେନ୍ଦ୍ର ସରକାରଙ୍କ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପ୍ରଭାବ । ଯାହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.