ଜଗନ ଆନ୍ନାଙ୍କୁ ବିରୋଧୀ ଦଳ ନେତାଙ୍କ କଡ଼ା ଚିଠି, କୋଟିଆ ପ୍ରସଙ୍ଗରେ ଏପରି ଲେଖିଲେ ଚିଠିରେ

କେନ୍ୟୁଜ୍(ବ୍ୟୁରୋ):  କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକଙ୍କ କଡା ଚିଠି । ଚିଠିରେ କୋଟିଆକୁ ଓଡିଶାର ବୋଲି ଦୃଢ ଭାବେ ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ:-

  • କୋଟିଆ ଓଡିଶାର ଥିଲା ରହିଛି ରହିବ । ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନ ବେଳେ ବ୍ରିଟିଶ ଭାରତ ସରକାରଙ୍କର ଗେଜେଟ ନୋଟିଫିକେସନ ଅନୁସାରେ କୋଟିଆ ଓଡିଶାର ଅଂଶ । କୋଟିଆକୁ ଯେତେ ଚେଷ୍ଟା କରିଲେ ବି ଆନ୍ଧ୍ର ନେଇପାରିବ ନାହିଁ ।
  •  ଯେଉଁଭଳି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶାର ସୀମାବର୍ତୀ କିଛି ଗାଁରେ ଅନୈତିକ ଓ ବେଆଇନ ଭାବରେ ଭୋଟ କରିବା ପାଇଁ ପ୍ରୟାସ କରିଲେ ତାହା ଗ୍ରହଣୀୟ ନୁହେଁ ।

 

  • ଏହାର ଦେଶର ଆଦର୍ଶ ସଙ୍ଘିୟ ବ୍ୟବସ୍ଥା, ସମ୍ବିଧାନର ମୁଳ ଭାବନାକୁ ବିରୋଧ କରୁଛି । ଏପରିକି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଯେଉଁ ରାୟ ଦେଇଥିଲା ତାହାକୁ ବି ଆନ୍ଧ୍ର ସରକାର ମାନୁନାହାନ୍ତି ।
  • ଓଡିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ଥିବା ସାଂସ୍କୃତିକ ସର୍ମ୍ପକ ହଜାର ହଜାର ବର୍ଷର । ଉଭୟ ସୀମାରେ ରହୁଥିବା ଲୋକମାନଙ୍କ ଭିତରେ କାହିଁ କେଉଁ କାଳରୁ ପାରିବାରିକ ଏବଂ ସାଂସ୍କୃତିକ ସର୍ମ୍ଫକ ରହିଆସିଛି । ହେଲେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଦୁଇ ସୀମାର ଲୋକମାନଙ୍କର ଭିତରେ ସୁସର୍ମ୍ପକକୁ ନଷ୍ଟ କରୁଛି ।
  • ବିଜୟାନଗରମ, ଭିଶାକାପଟନମ ଓ ଶ୍ରିକାକୁଲମ ଜିଲ୍ଲା ପ୍ରଶାସନକୁ ଏପରି ବେଆଇନ ସୀମା ଦଖଲ କାର୍ଯ୍ୟକଳାପ , ତଥା ଲୋକମାନଙ୍କୁ ପ୍ରଲୋଭନ କରି ଭୋଟ କରାଇବା ଆଦି କାମରୁ ବିରତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ  ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
    କରିଛନ୍ତି ପ୍ରଦୀପ୍ତ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.