ରୋଷେଇ କରିବା ସମୟରେ ଭୁଲ ଭଟକା ହୋଇ ଯାଉଛିକି, ତେବେ ଏହି ଟିପ୍ସ ଉପରେ ଥରେ ପକାନ୍ତୁ ନଜର

ରୋଷେଇ ଘରେ କାମ କରୁ କରୁ ଅନେକ ଥର ଛୋଟ ମୋଟ ଭୁଲ ଭଟକା ହୋଇଯାଏ । ଯାହା ଫଳରେ ଖାଦ୍ୟର ସ୍ୱାଦ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ବିଗିଡି ଯାଏ | ଖାଦ୍ୟ ରୁଚିକର ନ ହେବା କାରଣରୁ ପରିବାର ଲୋକେ ଅଶାନ୍ତି ହୁଅନ୍ତି । ଯାହାକୁ ନେଇ ସାଧାରଣତଃ ଗୃହିଣୀ ମାନେ ଚିନ୍ତାରେ ଥାନ୍ତି । ତରକାରୀରେ ଆଳୁ ମିଠା ଲାଗିବା, ଆଉ ଲୁଣ ଅଧିକ ହେବା ତ ଅତି ସାଧାରଣ କଥା । ଯଦି ଆପଣ ବି ଏହି ସମାନ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏହି ଟିପ୍ସ ଗୁଡିକ ଉପରେ ଥରେ ନଜର ପକାନ୍ତୁ ।

୧. ଅନେକ ଥର ଆଳୁର ମିଠା ପଣ ବାହାରି ଆସିବାରୁ ତରକାରୀ ମାତ୍ରାଧିକ ମିଠା ଲାଗିଥାଏ । ଏମିତି ସ୍ଥିତିରେ ଏକ ବଡ଼ ବାଉଲ ନେଇ ପାଣି, କିଛି ଲୁଣ , ୨-୩ ଚାମଚ ଭିନେଗାର ମିଶାନ୍ତୁ । ଏବେ ଆଳୁ ଗୁଡିକର ଚୋପା ଛଡାଇ ଦିଅନ୍ତୁ । ଆଉ ଏହାକୁ ୧ ରୁ ୨ ଘଣ୍ଟା ପର୍ଯ୍ୟନ୍ତ ଉପରୋକ୍ତ ପାଣିରେ ବୁଡାଇ ରଖନ୍ତୁ । ଏବେ ପାଣିରୁ କାଢି ଶୁଖାନ୍ତୁ ଆଉ ତରକାରୀରେ ବ୍ୟବହାର କରନ୍ତୁ । ଏମିତି କରିବା ଦ୍ୱାରା ଆଳୁର ମିଠା ପଣ କମିଯାଏ ।

kitchen tips

୨. କିନ୍ତୁ ଯଦି ତରକାରୀ ବନେଇବା ପରେ ଜାଣୁଛନ୍ତିଯେ ଆଳୁ ମିଠା ହୋଇଯାଇଛି । ଏହି ସ୍ଥିତିରେ ଅଳ୍ପ ଦହି, ଟମାଟୋ କିମ୍ବା ଲେମ୍ବୁ ରସ ମିଶାନ୍ତୁ ।

୩. ଡ଼ାଲି କିମ୍ବା ତରକାରୀରେ ବ୍ରେଡର ଛୋଟ ଛୋଟ ଗୁଳା କରି ପକେଇଲେ ବି ଲୁଣିଆ ଅଂଶ କମିଯାଏ ।

୪. ଯଦି ଶୁଖିଲା ତରକାରୀରେ ଲୁଣ ଅଧିକ ହୋଇଛି ବୋଲି ଅନୁଭବ କରୁଛନ୍ତି ତାହେଲେ ସେଥିରେ କିଛି ବେସନ ମିଶାଇ ଦିଅନ୍ତୁ ।

୫. ଡ଼ାଲି କରିବା ସମୟରେ ଯଦି ହାତରୁ ଅଧିକ ଲୁଣ ପଡିଯାଇଛି ତାହେଲେ ସେଥିରେ ଛୋଟ ଛୋଟ ଅଟା ଗୁଳା କରି ପକାଇ ଦିଅନ୍ତୁ ।

୬. ସୁପରେ ସିଝା ଆଳୁ ଖଣ୍ଡ ଖଣ୍ଡ କରି ପକାନ୍ତୁ । ଆଉ କିଛି ସମୟ ପରେ ବାହାର କରି ଦିଅନ୍ତୁ | ଆଳୁ ଲୁଣର ଖାରିଆ ପଣ ଶୋଷିବା ସହ ସୁପକୁ ଅଧିକ ସ୍ୱାଦିଷ୍ଟ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.