Below header

ଜଷ୍ଟିସ୍ କେ.ଏସ୍‌. ଜାଭେରୀଙ୍କ ଅବସର ପରେ ୧୩କୁ ଖସିଲା ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା, ମାମଲା ଗୁଡ଼ିକର ତ୍ୱରିତ ବିଚାର ପାଇଁ ସମସ୍ୟା

କଟକ(କେନ୍ୟୁଜ୍): ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ. ଏସ୍‌. ଜାଭେରୀଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୩କୁ ଖସିଛି । ହାଇକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୨୭ ଥିବା ବେଳେ ଅଧା ସଂଖ୍ୟକ ବିଚାରପତିରେ କାମ ଚାଲିଛି । ଯାହାକି ମାମଲା ଗୁଡ଼ିକର ତ୍ୱରିତ ବିଚାର ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏବେ ଦେଢ ଲକ୍ଷରୁ ଅଧିକ ମାମଲା ହାଇକୋର୍ଟରେ ବିଚାର ପାଇଁ ପଡ଼ି ରହିଥିବା ବେଳେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ବନ୍ଦ ହେବା ପରେ ଆଉ ୭୨ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି । ଏତେ ସଂଖ୍ୟକ ମାମଲା ପାଇଁ ଅନୁମୋଦିତ ବିଚାରପତି ସଂଖ୍ୟା ବୃଦ୍ଧି ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.