ପ୍ରକୃତି ରାଣୀର ଅନନ୍ୟ ସୃଷ୍ଟି, କଳାହାଣ୍ଡିର ଚିରସ୍ରୋତା ରାବଣଦର ଜଳପ୍ରପାତ

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡି ଜିଲ୍ଲାରେ ପ୍ରକୃତି ରାଣିର ଅନେକ ଅବଦାନ ରହିଛି । ଥୁଆମୁଳ ରାମପୁରର ସିନ୍ଦେର ହେଉ ଅବା କୋକସରା ର ଡୋକରି ଚନ୍‌ଚରା , ଭବାନିପାଟଣା ଫୁର୍ଲିଝରନ୍ ହେଉ ଅବା ମୁଖିଗୁଡା ଇନ୍ଦ୍ରାବତି କିନ୍ତୁ ସବୁଠୁ ନିଆରା ପ୍ରାକ୍ରୁତିକ ସୌନ୍ଦର୍ଯ୍ୟରେ ଭରା ହେଉଛି ରାବଣଦର ଜଳପ୍ରପାତ । ଭବାନିପାଟଣା ଠାରୁ ମାତ୍ର ୧୫ କିମି ଦୂରତା ରେ ଅବସ୍ଥିତ ଏହି ଚିର ସ୍ରୋତା ରାବଣଦର ଜଳପ୍ରପାତ । ଭବାନିପାଟନା ଲାଲବାହାଦୁର ଶାସ୍ତ୍ରୀ ଷାଡିୟମ ରାସ୍ତା ଦେଇ ଗଲେ ଲାନ୍‌ଜିଗଡ ବ୍ଲକ ର ଭଟାଗଂପଦର ଗ୍ରାମ ।ସେଠାରୁ ମାତ୍ର ୫ କିମି ଦୂରରେ ରହିଛି ପ୍ରାକ୍ରୁତିକ ସୌନ୍ଦର୍ଯ୍ୟରେ ଭରା ଏହି ଚିରସ୍ରୋତା ରାବଣଦର ଜଳପ୍ରପାତ ।

water fallଅପର୍ବ ସୌନ୍ଦର୍ଯ୍ୟ ରେ ଭରା ଏହି ରାବଣଦର ଜଳପ୍ରପାତ ପାହାଡର ବକ୍ଷଭେଦି କୁଳୁ କୁଳୁ ହୋଇ ବୋହିଯାଉଛି । ସବୁଜ ବନାନି ରେ ଭରା  ଏହି ପରିବେଶ ପର୍ଯ୍ୟଟକଙ୍କୁ ବିମୋହିତ କରିଦେଉଛି । ଏହି ରାବଣଦର କୁ ବର୍ଷତମାମ ବହୁ ପର୍ଯ୍ୟଟକ ଙ୍କ ଭିଡ ଲାଗିରହୁଥିବା ବେଳେ ପିକନିକ ଋତୁରେ ଏହି ସ୍ଥାନର ମଜା ଆହୁରି ନିଆରା । ବହୁ ଦୁର ଦୁରାନ୍ତ ରୁ ପର୍ଯ୍ୟଟକ ବଣଭୋଜି ପାଇଁ ଆସୁଥିବା ବେଳେ ଏଠାରେ ଚାଲେ ନାଚଗୀତର ଆସର ।

kalahandiଏହି ରାବଣଦର ଜଳପ୍ରପାତର ନିଆର ସୁନ୍ଦର ଦ୍ରୁଶ୍ୟକୁ ନିଜେ ନଦେଖିଲେ ସତରେ ବିଶ୍ୱାସ କରି ହେବା ନାହିଁ । । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ରାବଣଦରକୁ ସଂଯୋଗ କରୁଥିବା ୧୫ କିମି ରାସ୍ତା ସଂପୁନ୍ନ ଭାବରେ ନଷ୍ଟ ହୋଇଯାଇଛି। ଅପରପଟେ ଏଠାରେ ମୋବାଇଲ ନେଟୱର୍କ ଆସୁନଥିବା ବେଳେ ବଣ ଜଙ୍ଗଲ ଭିତରେ କୌଣସି ପ୍ରକାର ଘଟଣା ଦୁର୍ଘଟଣା ତଥା ବିଭିନ୍ନ ଅସୁବିଧା ଭୋଗକରୁଥିବା କୁହନ୍ତି ପର୍ଯ୍ୟଟକମାନେ। ଏହା ଏକ ପିକନିକ ସ୍ପଟ ହୋଇଥିବା କାରଣରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଝରଣା ଉପରେ କୌଣସି ପ୍ରକାର ବାଡ ବା ବ୍ୟାରିକେଟ ନଥିବା ଯୋଗୁଁ ପର୍ଯ୍ୟଟକ ଉପରୁ ପଡିଯିବାର ସଂଭାବନା ମଧ୍ଯ ରହିଛି । ପିକନିକ ପାଇଁ ଆସୁଥିବା ମହିଳାଙ୍କ ପାଇଁ କୌଣସି ଶୌଚାଳୟର ସୁବିଧା ନଥିବାବେଳେ ମହିଳା ମାନେ ଗାଧୋଇ ଲୁଗାପଟା ବଦଳେଇବା କୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ଏଠାରେ ପିଇବା ପାଣିର ମଧ୍ୟ ସମସ୍ୟା ରହିଛି ।

fallତେଣୁ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଏହି ରାବଣଦର ଜଳପ୍ରପାତ ପ୍ରତି ଦ୍ରୁଷ୍ଟି ଦେଇ ଏଠାରେ ଏକ ପାନ୍ଥଶାଳା ,ପାନୀୟଜଳର ସୁବିଧା,ମୋବାଇଲ ଟାୱାର ଓ ଶୌଚାଳୟ ଭଳି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଦି କରନ୍ତି ତେବେ ରାବଣଦର ଭାରତ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଆଣି ପାରିବା ସହ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ଏଠାକାର ପ୍ରାକୃତିକ ସୌନ୍ଦଯ୍ୟକୁ ଭରପୁର ମଜା ନେଇପାରିବେ ।

 

କଳାହାଣ୍ଡିରୁ ପ୍ରବିଣ ପଟ୍ଟନାୟକଙ୍କ ରିପୋର୍ଟ, କେ ନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.