Below header

ଖୋଲିବାରେ ଲାଗିଛି ବିରଞ୍ଚିଙ୍କ କଳାଧନର ଗୁମର, ସାମ୍ନାକୁ ଆସୁଛି ଏହି ସାଂଘାତିକ ଅଭିଯୋଗ

ଭୁବନେଶ୍ବର(କେନ୍ଯୁଜ୍): ଫିଟୁଛି ଚାକିରି ଦୁର୍ନୀତି ଗୁମର । OSSC ପିଏସଙ୍କୁ ଚାକିରିରୁ ବିଦା କରିବା ପରେ ତାଙ୍କ ଅମାପ କଳାଧନର ଗୁମର ଖୋଲିବାରେ ଲାଗିଛି । ତାଙ୍କ ବିରୋଧରେ ଆସିବାରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । ଗ୍ରୁପ ବି ପାଇଁ ୧୦ ଲକ୍ଷ, ଗ୍ରୁପ ସି ପାଇଁ ୫ଲକ୍ଷ ଟଙ୍କା ମାଗୁଥିଲେ । କେଉଁମାନଙ୍କ ଠାରୁ ଚାକିରି ପାଇର୍ ଟଙ୍କା ନେଇଥିଲେ ? କେତେ ଟଙ୍କା ନେଇଥିଲେ ? କେଉଁ ବଡବଡ଼ିଆ ଏଥିରେ ସାମିଲ ଥିଲେ ? ସେ ସମ୍ପର୍କରେ ଚାଲିଛି ଖୋଳତାଡ଼ ।

ଅନ୍ୟପଟେ ଏହି ଖବର ଗଣମାଧ୍ୟମରେ ଜଣାପଡିବା ପରେ ପରୀକ୍ଷାର୍ଥୀ ଓ ଆଶାୟୀଙ୍କ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଛି । ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଥିଲେ ମଧ୍ୟ ରାକେଟ୍‌ ତାଙ୍କ ମାଧ୍ୟମରେ ପରିଚାଳିତ ହେଉଥିଲା। ତାଙ୍କ ଜରିଆରେ ବଡ଼ବଡିଆଙ୍କ ପାଖରେ ପହଞ୍ଚୁଥିଲା ଟଙ୍କା। ଟଙ୍କା ଦେଲେ ଚାକିରି ପକ୍କା ବୋଲି ପ୍ରତିଶ୍ରୁତ ଦେଉଥିଲେ ବିରିଞ୍ଚି । ଏପରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଚାକିରି ଆଶାୟୀ ଅଜୟ ପଣ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.