ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଲା ମାଁ ସମଲେଶ୍ବରୀ ପୀଠ, ପ୍ରତି ସୋମବାର ବିଶୋଧନ ପାଇଁ ବନ୍ଦ ରହିବ ମନ୍ଦିର

ସମ୍ବଲପୁର (କେନ୍ଯୁଜ୍): ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ । ଖୋଲିଲା ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର । ସକାଳ ୬ଟାରୁ ସାଢେ ୧୧ଟା ଓ ମଧ୍ୟାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।

ଏହି ସମୟରେ କୋଭିଡ ଗାଇଡଲାଇନ ମାନି ମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରବେଶ ସମୟରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । କୋଭିଡ ସ୍ଥିତିରେ ସୁଧାର ଓ ରାଜ୍ୟ ସରକାରଙ୍କ ଅନଲକ୍‌ ନିଷ୍ପତ୍ତି ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ଜିଲ୍ଲା ପ୍ରଶାସନ । ତେବେ ସପ୍ତାହକୁ ଗୋଟିଏ ଦିନ ପ୍ରତି ସୋମବାର ବିଶୋଧନ ପାଇଁ ମନ୍ଦିର ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.