୧ କୋଟି ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପାଡୁଆ ପୋଲିସ୍ , ୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପୋଲିସକୁ ସଫଳତା । ପାଡୁଆ ପୋଲିସ୍ ଦ୍ବାରା ୧ କୋଟି ଟଙ୍କାର ଗଞ୍ଜେଇ ଜବତ । ଗୋଟାଏ ବାଇକ ସହ ଗଞ୍ଜେଇ ବୋଝେଇ ପିକଅପ ଗାଡି ମଧ୍ଯ ଜବତ କରାଯାଇଛି। ଘଟଣାରେ ୨ ଜଣ କୁ ଗିରଫ କରିବା ସହ ମୋବାଇଲ ଫୋନ୍ ଜବତ କରିଛି ପୋଲିସ୍ ।

ganja

ଚାଟୁଆ ଅଂଚଳରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ବେଳେ ପାଡୁଆ ବଙ୍ଗଳା ନିକଟରେ ପୋଲିସ ଧରିବାରେ ସଫଳ ହୋଇଛି । ପୋଲିସ କୁ ଚକମାଦେଇ ଗଞ୍ଜେଇ  ବୋଝେଇ ପିକଗାଡିକୁ ରାସ୍ତା କାଢି ନେଇଯାଉଥିବା ବାଇକ ଚାଳକକୁ ପୋଲିସ କାବୁ କରିଛି । ତେବେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅନ୍ୟ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.