ପ୍ରଚଣ୍ଡ ଧୀଶକ୍ତିର ୭ ବର୍ଷର ଶିଶୁ, ଶୁଣି ଶୁଣି ଅନର୍ଗଳ ଗାଇଯାଉଛନ୍ତି ଭାଗବତର ଶ୍ଳୋକ ଆଉ ପଙ୍କ୍ତି

ମାହାଙ୍ଗା (କେନ୍ଯୁଜ୍) : ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଘରେ ଘରେ ପରିଚିତ । ଏହି ଭାଗବତ ପାଠକଲେ କୋଟି ପୁଣ୍ୟ ମିଳେ ଏହି ବିଶ୍ୱାସରେ ବହୁ ଲୋକ ଏହା ପାଠ କରିଥାନ୍ତି । ମାତ୍ର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉଷୁମା ଗ୍ରାମର ୭ ବର୍ଷର ଶିଶୁ ଏହି ଭାଗବତକୁ ସୁନ୍ଦର ଭାବେ ଉପସ୍ଥାପନା କରୁଛନ୍ତି । ଦିଲୀପ କୁମାର ବେହୁରାଙ୍କ ପୁଅ ଆମ୍ରlନସ (ଜଗା) ବେହୁରା ନାମକ ବାଳକଙ୍କ ଏହି ପ୍ରତିଭା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ପରିଚିତ କରିପାରିଛି । କୁହାଯାଏ ଯେ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ସବୁକିଛି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ୭ ବର୍ଷର ଏହି ବିସ୍ମୟ ବାଳକ ।

କଥାରେ ଅଛି ଯେ ଭାଗବତ ପାଠରେ ଯେତିକି ପୁଣ୍ୟ ମିଳେ, ଏହାକୁ ଯେଉଁମାନେ ଶ୍ରବଣ କରନ୍ତି ତାଙ୍କୁ ତା ଠାରୁ ଅଧିକ ପୁଣ୍ୟ ମିଳିଥାଏ । ଭାଗବତ ପଠନରେ ବୟସ ବାଧକ ନଥାଏ । ଯାହାକୁ ଆୟତ୍ତ କରିପାରିଛନ୍ତି ଆମ୍ରlନସ । ଠିକ ଭାବରେ କଥା କହି ଶିଖିନାହାନ୍ତି, ହେଲେ ଭାଗବତର ପ୍ରତ୍ୟେକ ପଙ୍‌କ୍ତିକୁ ଅନର୍ଗଳ ଗାଇ ଚାଲିଛନ୍ତି ଆମ୍ରlନସ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅତିଛୋଟ ବେଳୁ ତାଙ୍କର ଅଜା ଯେତେବେଳେ ଭାଗବତ ପାଠ କରିନ୍ତି ସେ ସେଠାରେ ବସି ମନଧ୍ୟାନ ଦେଇ ଶୁଣନ୍ତି ଆଉ ଶୁଣି ଶୁଣି ଭାଗବତ ମନେ ରଖିଛନ୍ତି। ବର୍ତ୍ତମାନ ଯୁଗରେ ଯେଉଁ ଚପଳ ବୟସରେ ଖେଳିବା ବୁଲିବା କଥା ସେହି ସମୟରେ ଏପରି ଆଧ୍ୟାତ୍ମିକ ଭାବ ଆଉ ଭାଗବତ ପଢ଼ିବାର ନିଶା ଆମ୍ରlନସଙ୍କୁ ଏକ ସ୍ଵତତ୍ର ପରିଚୟ ଦେଇଛି ।

mahanga

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉଷୁମା ଗ୍ରାମର ଗ୍ରାମ ଦେବୀ ମା ବଜ୍ରକାଳୀଙ୍କ ପୀଠରେ ପୌଷ ମାମାସରେ ଭାଗବତ ସନ୍ଧ୍ୟାର କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ଏହି
ପୀଠରେ ଆମ୍ରlନସ ପ୍ରତ୍ୟେକ ଦିନ ନିଜର କୋମଳ କଣ୍ଠରେ ଅନର୍ଗଳ ଭାଗବତ ପାଠକରି ସମସ୍ତଙ୍କ ପାଖରେ ଅତି ଗେଲ୍ହା ହୋଇ ପାରିଛନ୍ତି । ତେବେ ଏତେ କମ ବୟସରୁ କିପରି ଭାଗବତ ପାଠ ଅଧୟନ କରୁଛନ୍ତି ତାଙ୍କୁ ଶୁଣି ସମସ୍ତେ ଆଚର୍ଯ୍ୟ । ଏହି ବାଳକ ନିଜ ଗ୍ରାମର ନା ରଖିବା ସହିତ ଦିନେ ନା ଦିନେ ସମଗ୍ର କେନ୍ଦ୍ରାପଡା ଜିଲ୍ଲା ତଥା ଓଡିଶାର ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବେ ଏଥିରେ ସନ୍ଦେହର ଅବକାଶ ନାହିଁ । ଭାଗବତ ପାଠ କରି ସମସ୍ତ ଙ୍କର ମନ ଜିଣିବା ସହ ଭଲ ପାଠ ପଢି ସମାଜରେ ଜଣେ ଭଲ ମଣିଷ ହୁଅନ୍ତୁ ବୋଲି ସମସ୍ତେ ଆଶୀର୍ବାଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.