Below header

ପାକିସ୍ତାନକୁ ଓଟିପି ସେୟାରିଂ ମାମଲା, ଆଉ ଜଣେ ଗିରଫ

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ତାକୁ ଆସାମର ନାଗାଓଁ କୋର୍ଟରେ ହାଜର କରି ୫ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଏସଟିଏଫ।

ପାକିସ୍ତାନକୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଗିରଫ। ଆସାମରୁ ମହମ୍ମଦ ଇକବାଲ ହୁସେନକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ତାକୁ ଆସାମର ନାଗାଓଁ କୋର୍ଟରେ ହାଜର କରି ୫ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ଏସଟିଏଫ।

ଇକବାଲର ଘର ଆସାମର ନାଗାଓଁରେ ହୋଇଥିବା ବେଳେ ସେ ଦୀର୍ଘଦିନ ଧରି ବେଙ୍ଗାଳୁରୁରେ ରହୁଥିଲା। କିଛିଦିନ ତଳେ ସେ ଘରକୁ ଫେରିଥିବା ବେଳେ ସ୍ଥାନୀୟ ପୋଲିସ ସହାୟତାରେ ଏସଟିଏଫ ତାକୁ ଘରୁ ଉଠାଇଛି। ପାକିସ୍ତାନ ଇଣ୍ଟେଲିଜେନ୍ ସ ଆର୍ମୀ ଅଫିସର ହମିଦ ଖୁରମ ସହ ଲିଙ୍କରେ ଥିଲା ବୋଲି ଏସଟିଏଫ ସନ୍ଦେହ କରିଛି।

ପୂର୍ବରୁ ପଠାଣି ଓ ଅଭିଜିତ ଦେଶମୁଖ ଗିରଫ ପରେ ମୋବାଇଲ ସୁଇଚ ଅଫ କରିଥିଲା ଇକବାଲ। ସେ ୩୭ ଟି ମୋବାଇଲ ଓ ୫ଶହ ସିମ ବ୍ୟବହାର କରିଥିବା ଜଣାପଡ଼ିଛି। ଗତ ୨ବର୍ଷ ହେଲା ହ୍ବାଟସଆପ, ଟେଲିଗ୍ରାମରେ ଓଟିପି ସେୟାର କରି ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ଏସଟିଏଫ ଆଗରେ ସ୍ୱୀକାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.