Below header

ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି, ମେଟ୍ରୋ ୨୧୦ କୋଟି

ବିଧାନସଭାରେ ଆଗତ ହୋଇଛି ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଏହି ଅତିରିକ୍ତ ବଜେଟରେ ସରକାର ଘୋଷଣା କରିଥିବା ଅନେକ ନୂଆ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି।

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଧାନସଭାରେ ଆଗତ ହୋଇଛି ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ଏହି ଅତିରିକ୍ତ ବଜେଟରେ ସରକାର ଘୋଷଣା କରିଥିବା ଅନେକ ନୂଆ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲକ୍ଷ୍ମୀ ଯୋଜନା ପାଇଁ ବ୍ୟୟ ବରାଦ ହୋଇଛି ୫୫୬ କୋଟି ଟଙ୍କା। ପଞ୍ଚାୟତକୁ ଇଣ୍ଟରନେଟ୍ ସେବା ବୃଦ୍ଧି କରିବାକୁ ଖର୍ଚ୍ଚ ହେବ ୨୫୨ କୋଟି ଟଙ୍କା।

ଅତିରିକ୍ତ ବଜେଟରେ ନିର୍ବାଚନ ପରିଚାଳନା ପାଇଁ ୨୫୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। … ପଞ୍ଚାୟତିରାଜ ସଂସ୍ଥା ଜରିଆରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୫୩ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଖର୍ଚ୍ଚ ହେବ ୧୧୦ କୋଟି ଟଙ୍କା। ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଜାଗ୍ରୁତି ଯୋଜନା ଅଧୀନରେ ଲିଙ୍ଗ ଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.