Below header

ଚନ୍ଦ୍ରର ଦକ୍ଷିଣ ମେରୁରେ ସକାଳ ହେଲାଣି, ଉଠିନି ପ୍ରଜ୍ଞାନ

ଆଜି ଉଠିପାରିନି ପ୍ରଜ୍ଞାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ସକାଳ ହୋଇଛି। ସୂର୍ଯ୍ୟଙ୍କ କିରଣ ସମ୍ପୂର୍ଣ୍ଣ ଭାବେ ପଡୁଛି । ହେଲେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୌର ଶକ୍ତି ମିଳିପାରି ନାହିଁ ।

ଆଜି ଉଠିପାରିନି ପ୍ରଜ୍ଞାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ସକାଳ ହୋଇଛି। ସୂର୍ଯ୍ୟଙ୍କ କିରଣ ସମ୍ପୂର୍ଣ୍ଣ ଭାବେ ପଡୁଛି । ହେଲେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୌର ଶକ୍ତି ମିଳିପାରି ନାହିଁ । ଆଜି ସଂଧ୍ୟା ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଯୋଜନା ରଖିଥିଲା ଇସ୍ରୋ। କିନ୍ତୁ ବର୍ତ୍ତମାନ କିଛି ବୈଷୟିକ କାରଣରୁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସ୍ଲିପ ମୋଡ଼ରୁ ଉଠି ଏହା ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରହିଥିବା କହିଛନ୍ତି ସ୍ପେଶ ଆପ୍ଲିକେସନସ ସେଣ୍ଟରର ନିର୍ଦ୍ଦେଶକ ନିଲେଶ ଦେଶାଇ। ରୋଭରକୁ ୩ଶହରୁ ୩୫୦ ମିଟର ପର୍ଯ୍ୟନ୍ତ ଗତି କରିବାକୁ ଲକ୍ଷ୍ଯ ରଖାଯାଇଥିବା ବେଳେ ଏହା ମାତ୍ର ୧୦୫ମିଟର ଗତି କରିପାରିଛି।

ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି। ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ଚାର୍ଜ ହୋଇପାରେ । ତେବେ ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା ମାଇନସ ୧୨୦ରୁ ମାଇନସ ୨ ଶହ ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ବିକ୍ରମ ଓ ପ୍ରଜ୍ଞାନର ସମସ୍ତ ସେନସର କାର୍ଯ୍ୟକ୍ଷମ ହେବ କି ନାହିଁ ସେନେଇ ସନ୍ଦେହ ରହିଛି।

ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ସ୍ଲିପ ମୋଡରେ ରହିଛି ବିକ୍ରମ ଓ ପ୍ରଜ୍ଞାନ। ଯଦି କାଲି ସେମାନେ ନଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.