Below header

ସାରୁଅ ଜମି ମାମଲାରେ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ପଚରା ଉଚରା କଲା କ୍ରାଇମ୍‌ ବ୍ରାଞ୍ଚ

ଭୁବନେଶ୍ୱର : ସାରୁଅ ଜମି କିଣାବିକା ମାମଲାରେ ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକଙ୍କୁ  କ୍ରାଇମବ୍ରାଞ୍ଚର ପଚରା ଉଚରା । ଆଜି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା EOW ତାଙ୍କୁ ପଚରା ଉଚରା କରିଛି । କିଛି ଘଣ୍ଟା ଧରି ପଚରା ଉଚରା କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଛି ।

ପୂର୍ବରୁ ଜମି କିଣାବିକା ମାମଲାରେ କ୍ରାଇମ ବ୍ରାଞ୍ଚ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ ପଚରା ଉଚରା କରିଥିଲା । ସାରୁଅ ଜମି କିଣାବିକା ନେଇ ବାଘମାରୀ ଥାନାରେ ମାମଲା ହୋଇଥିଲା । ତେବେ ପରେ କ୍ରାଇମବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର ହୋଇଥିଲା । ସାରୁଅ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.