ବ୍ୟକ୍ତିଙ୍କୁ ଅପହରଣ ବେଳେ ଧରାପଡ଼ିଗଲେ ଦୁର୍ବୃତ୍ତ, ଖୁବ୍‌ ଛେଚା ଖାଇଲେ ଓ ଗିରଫ ହେଲେ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ତାଳଚୁଆ ଅଞ୍ଚଳର ନିରଞ୍ଜନ ଗିରିଙ୍କୁ ଦୁର୍ବୃତ୍ତ ମାନେ ଅପହରଣ କରି ନେଇଯାଉଥିବା ସମୟରେ ସ୍ଥାନୀୟ ରାହା ଫାଉଣ୍ଡେସନର କର୍ମକର୍ତା ମାନେ ଖବର ପାଇଁ ନଳିତା ପାଟିଆ ଛକରେ ଗାଡି ଅଟକାଇବା ସହ ୪ ଜଣ ଯୁବକଙ୍କୁ କାବୁ କରିଥିଲେ । ଏହାପରେ ତାଳଚୁଆ ସାମୁଦ୍ରିକ ଥାନାକୁ ଖବର ଦେବା ପରେ ଥାନା ଅଧିକାରୀଙ୍କ ସହ କର୍ମଚାରୀ ମାନେ ପଂହଚି ୪ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ତାଙ୍କ ଠାରୁ ମାରଣାସ୍ତ୍ର, ବନ୍ଧୁକ ଓ ଲଙ୍କାଗୁଣ ଜବତ କରାଯାଇଛି ।

KIDNAP-2

ପୋଲସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣ ପାଇଁ ଅପହରଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ଏଭଳି ଗୁରୁତର ଅପରାଧିକ ଘଟଣା ଘଟୁଥିବା ବେଳେ ପୋଲିସ କିପରି ଭାବେ ଜାଣି ପାରିଲା ନାହିଁ ତାହା ପ୍ରଶ୍ନବାସୀ ସୃଷ୍ଟି କରିଛି । ତେବେ ଉଦ୍ଧାର ପରେ ନିରଞ୍ଜନ ଗିରି ଆହାତ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଘଟଣା ଉପରୁ ପୋଲିସ କେବେ ପରଦାଉ ହଟାଉଛି ତାହା ଦେଖିବାର କଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.