Below header

ଢେଙ୍କାନାଳ ଜିଲ୍ଲାରେ ଧାନ ବିହନର ଅଭାବ, ଚାଷୀଙ୍କ ଚିନ୍ତା ବଢାଇଛି ବିଳମ୍ବିତ ମୌସୁମୀ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାରେ ଧାନ ବିହନର ଅଭାବ । ବିହନ ଅଭାବ ଯୋଗୁ ଚାଷୀ ଜମି ପ୍ରସ୍ତୁତ କରି ଅପେକ୍ଷା କରିଛି । ସାଧାରଣତଃ ରଜ ସମୟରେ ଚାଷୀ ଚାଷ ଜମିରେ ଧାନବୁଣା କାମ ଆରମ୍ଭ କରିଥାନ୍ତି । ହେଲେ ବିଳମ୍ବିତ ମୌସୁମୀ ଆଉ ବିହନର ଅଭାବ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଅକ୍ଷୟ ତୃତୀୟାରେ ଚାଷୀ ମାନେ ଚାଷ ଅନୂକୂଳ କରିବାର ପରମ୍ପରା ରହିଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀ ମାନେ ଏବେ ଜମି ପ୍ରସ୍ତୁତ କରି ବସିଛନ୍ତି । କାରଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଧାନ ବିହନ କେନ୍ଦ୍ର ଗୁଡିକରେ ବିହନ ମିଳୁନି । ଫଳରେ ଚାଷକାମ ଆଗକୁ ବଢୁନି । ଜିଲ୍ଲାରେ କୃଷି ବିଭାଗ ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ବିହନ ଯୋଗାଇ ଦେଉଛି । ହେଲେ ଏବେ ବିହନ ଯୋଗାଇ ଦେଉଥିବା ନିଗମର ଅବହେଳା ପାଇଁ ଯୋଗାଣରେ ବାଧା ଉପୁଜୁଛି । ସେପଟେ ଖୁବଶୀଘ୍ର ବିହନ ଯୋଗାଇ ଦେବାକୁ ଉଦ୍ୟମ କରାଯାଉଥିବା କୃଷି ବିଭାଗ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.