ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ ଦେଲେ ଗାଁର କିଛି ଅସାମାଜିକ ଯୁବକ, ମାମଲା ରୁଜୁ

ଯାଜପୁର(କେନ୍ଯୁଜ):  ଯାଜପୁର ସୁକିନ୍ଦା ବ୍ଳକ କାନ୍ତିରା ଗାଁର ପଦ୍ମଶ୍ରୀ ନନ୍ଦସାରଙ୍କ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଏନେଇ ସୁକିନ୍ଦା ଥାନାରେ ମାମଲା ରୁଜୁ ହୋଇଛି । ଜମିବାଡ଼ି ବିବାଦକୁ ନେଇ ମରଣାତ୍ମକ ଆକ୍ରମଣ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ରବିବାର ନନ୍ଦ ସାର ଭୁବନେଶ୍ୱରରୁ ଫେରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ପୁଅ ଗଣେଶ୍ୱର ପୃଷ୍ଟି ଔଷଧ ଆଣିବାକୁ ପାଖରେ ଥିବା ଦୋକାନକୁ ଯାଇଥିଲେ । ଔଷଧ ଆଣି ଫେରିବା ବେଳେ ତାଙ୍କୁ ସେହି ଗାଁର ଲକ୍ଷ୍ମଣ ମଲ୍ଲିକ ଓ ସନ୍ତ ନାମକ ଯୁବକ ଗାଁ ମୁଣ୍ଡରେ ଅଚାନକ ଆକ୍ରମଣ କରିଥିଲେ।

ସେମାନେ ତାଙ୍କୁ ବାଉଁଶ ଠେଙ୍ଗାରେ ମାଡ଼ ମାରିଥିଲେ । ଏହାପରେ ବାପା ଅର୍ଥାତ ନନ୍ଦ ସାରଙ୍କ ପାଳି ବୋଲି ଧମକ ଦେଇଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଗଣେଶ୍ୱର ଆହତ ହୋଇଛନ୍ତି । ଏନେଇ ସୁକିନ୍ଦା ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.