Below header

ଫେଲ୍‌ ମାରିଲା ସର୍ବଦଳୀୟ କମିଟିର ରଣନୀତି: କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ

କୋରାପୁଟ(କେନ୍ୟୁଜ୍): କୋଟିଆରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫେଲ୍‌ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ନିର୍ବାଚନ ପାଇଁ କୌଣସି ଦଳ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେଇ ନଥିଲେ । ସର୍ବଦଳୀୟ କମିଟି ପକ୍ଷରୁ ଜିଲ୍ଲା ପରିଷଦ ଆସନ ପାଇଁ ମମତା ଜାନୀ ପ୍ରାର୍ଥୀ ରହିଥିବା ବେଳେ ତାଙ୍କ ବିରୋଧରେ ଲଢ଼ିବେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମଲ ।

ସର୍ବଦଳୀୟ ପ୍ରତିନିଧିଙ୍କ ଉଦ୍ୟମ ଓ ଅନୁରୋଧ କ୍ରମେ ଜଣେ ସ୍ୱାଧୀନ ପ୍ରାର୍ଥୀ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମଲ କିନ୍ତୁ ପ୍ରାର୍ଥିପତ୍ର ପ୍ରତ୍ୟାହର କରିନାହାନ୍ତି । ସେହିପରି କୋଟିଆ ପଞ୍ଚାୟତରେ ସରପଞ୍ଚ ପାଇଁ ଏକାଧିକ ପ୍ରାର୍ଥୀ ମଧ୍ୟ ଅଛନ୍ତି । ଆନ୍ଧ୍ରକୁ ଚେକ୍‌ ଦେବା ପାଇଁ କୋଟିଆରେ ସର୍ବ ସମତି ପ୍ରାର୍ଥୀ ଦେବାକୁ ଉଦ୍ୟମ କରିଥିଲା ସର୍ବ ଦଳୀୟ କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.