Below header

ସାରା ରାଜ୍ୟରେ ସ୍ୱାଧୀନତା ଦିବସରେ ପରେଡ୍ କରିବେନି ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ଅଧିକାଂଶ ସ୍ଥାନରେ ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ସହ ବଜ୍ରପାତର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆସନ୍ତାକାଲି ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ପରେଡ୍ରେ ଭାଗ ନେବାକୁ ମନା କରାଯାଇଛି। ସାରା ରାଜ୍ୟରେ କୌଣସି ସ୍ଥାନରେ ଛାତ୍ରଛାତ୍ରୀମାନେ ପରେଡ୍ରେ ଭାଗ ନେଇ ପାରିବେ ନାହିଁ । ଏନେଇ ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ। ରାଜ୍ୟସ୍ତରୀୟ୍, ଜିଲ୍ଲା ଓ ସବ୍-ଡିଭିଜନ୍ ସ୍ତରୀୟ ପରେଡରେ କେବଳ ପୋଲିସ ଓ ପାରା ମିଲିଟାରୀ ଫୋର୍ସ ଭାଗ ନେଇ ପାରିବେ । ସେହିପରି ସାଂସ୍କୃତିକ ଓ କ୍ରୀଡ଼ା ସଂପର୍କିତ କାର୍ୟ୍ୟକ୍ରମକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.