Below header

ଗଜପତି: ବେଆଇନ ଲଟେରୀ ସଂସ୍ଥା ଠାବ, ଦୁଇ ଜଣଙ୍କୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ବଡ ସଫଳତା । ବେଆଇନ ଭାବେ ଚାଲିଥିବା ଏକ ଲଟେରୀ ସଂସ୍ଥା ଉପରେ ପୋଲିସ ଚଢାଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁନାସଗଡ ପ୍ରତାପ ଓ ବଦୁ ଗଣପତି । ଦୀର୍ଘ ଦିନ ହେବ ଏମାନେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରେ ଶ୍ରୀ ଲକ୍ଷ୍ମୀ ଗଣପତି ଲକି-ଡ୍ର ସ୍କିମ ନାମରେ ଲଟେରୀ ସଂସ୍ଥା ଖୋଲିଥିଲେ । ଏହି ସଂସ୍ଥା ଗ୍ରାହାକ ଯୋଗାଡ କରି ପ୍ରତ୍ୟେକ ଗ୍ରାହକଙ୍କ ଠାରୁ ୧୫ଦିନକୁ ଥରେ ତିନିଶହ ଟଙ୍କା ଆଦାୟ କରୁଥିଲେ ତେବେ ଉକ୍ତ ସଂସ୍ଥା ୫ସହ ଗ୍ରାହାକ ଟାର୍ଗେଟ କରିଥିଲା ।

lotery

ଗ୍ରାହକମାନଙ୍କୁ ରେଫ୍ରୀଜରେଟର, ଟିଭି, କ୍ୟାସ ପ୍ରାଇଜ, ୱାସିଙ୍ଗ ମେସିନ, ମିସ୍କ ଗ୍ରାଇଣ୍ଡର, ପ୍ରେସରକୁକର ଭଳି ଲୋଭନୀୟ ସାମଗ୍ରୀର ଲୋଭ ଦେଖାଇ ଚଲାଇଥିଲା ବେଆଇନ ଲଟେରୀ ଧନ୍ଦା । ତେବେ ଲୋକଙ୍କ ଭଲପାଇଁ ଓ  ଲୋକଙ୍କୁ ଠକାମିର ଶୀକାର ନହେବା ପାଇଁ  ଚିନ୍ତା କରି ପାରଳାଖେମୁଣ୍ଡି ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଆଇପିସି ୨୯୪(ଏ), ୪୨୦, ୩୪ଆଇପିସି ଓ ୭ ମନିଲଣ୍ଡେରିଙ୍ଗ ଧାରା ଲଗାଇଛି । ତେବେ ଏମାନେ କେତେ ଲୋକଙ୍କୁ ଠକିଛନ୍ତି କେତେ ପରିମାଣର ଟଙ୍କା ଠକିଛନ୍ତି ତାହାର ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.