Below header

ସୁଟିଂ ସମୟରେ ଏହି ଅଭିନେତ୍ରୀମାନେ ହୋଇଥିଲେ ପ୍ରେଗନାଣ୍ଟ, ଜାଣନ୍ତୁ ତା’ ପରେ କ’ଣ ହେଲା

ବଲିଉଡ଼ରେ ଥିବା ଅନେକ ରହସ୍ୟ ଅଛି ଯାହା ପର୍ଦା ପଛରେ ଲୁଚି ହୋଇରହିଛି। ଏମିତି ଅନେକ କଥା ରହିଛି ଯାହା ଖୁବ କମ ଲୋକଙ୍କୁ ଜଣା। ଏମିତି ଅନେକ କଥା ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ତେବେ ଜାଣନ୍ତୁ ବଲିଉଡ଼ର କିଛି ଟପ୍‌ ସିକ୍ରେଟ ଯାହା ଆପଣଙ୍କ ହୋସ ଉଡାଇଦେବ। ଫିଲ୍ମ ସୁଟିଂ ସମୟରେ କିଛି ଅଭିନେତ୍ରୀ ପ୍ରେଗନାଣ୍ଟ ହୋଇଥିଲେ। ପ୍ରେଗନାଂସିରେ ସେମାନେ ଫିଲ୍ମ ସୁଟିଂ ପୂରା କରିଥିଲେ।

ଐଶର୍ଯ୍ୟା ରାୟ ବଚ୍ଚନ:

ବଲିଉଡ଼ ଆକ୍ଟ୍ରେସ ଐଶର୍ଯ୍ୟା ରାୟ ବଚ୍ଚନ ନିଜ ବିିବାହ ଓ ପ୍ରେଗେନାଂସି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଐଶର୍ଯ୍ୟା ‘ହିରୋଇନ’ ଫିଲ୍ମ ସୁଟିଂ ସମୟରେ ପ୍ରେଗନାଣ୍ଟ ହୋଇଥିଲେ। ଏଥିପାଇଁ ସେ ଫିଲ୍ମ ସୁଟିଂକୁ ଅଧାରେ ଛାଡିଥିଲେ। ଏହାର କିଛି ସୁଟିଂ ଐଶର୍ଯ୍ୟା କରିସାରିଥିଲେ। ପରେ କରିନା କପୁର ଫିଲ୍ମରେ ଏଣ୍ଟି୍ର କଲେ।

ଜୟା ବଚ୍ଚନ:

ବଲିଉଡ଼ର ସୁପରହିଟ ଫିଲ୍ମ ‘ସୋଲେ’ରେ ଜୟା ବଚ୍ଚନ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଜୟା ବଚ୍ଚନ ପ୍ରେଗନାଣ୍ଟ ହୋଇଯାଇଥିଲେ। ଏହି ସମୟରେ ସେ ନିଜ ସୁଟିଂ କାମ ଶେଷ କରିଥିଲେ।

କାଜୋଲ ଦେବଗନ୍‌:

୨୦୧୦ରେ କାଜୋଲ ଦ୍ୱିତୀୟ ଥର ପାଇଁ ପ୍ରେଗନାଣ୍ଟ ହୋଇଥିଲେ। ସେହି ସମୟରେ ସେ ‘we are family’ ର ସୁଟିଂରେ ବ୍ୟସ୍ତ ଥିଲେ। ଏହି ଫିଲ୍ମର ଏକ ଗୀତରେ ସେ ଡାନ୍ସ କରିବା ପାଇଁ ମନା କରିଦେଇଥିଲେ।

ଜୁହି ଚାବଲା:

ଜୁହି ଚାବଲା ବଲିଉଡ଼ର ସବୁଠୁ ସୁନ୍ଦର ଓ ପ୍ରତିଭାବାନ ଆକ୍ଟ୍ରେସ ମଧ୍ୟରୁ ଜଣେ। ଫିଲ୍ମ ‘ଝଙ୍କାର ବିଟସ୍‌’ର ସୁଟିଂରେ ଜୁହି ପ୍ରେଗନାଣ୍ଟ ହୋଇଥିଲେ। ସେହି ଫିଲ୍ମରେ ମଧ୍ୟ ସେ ଏକ ପ୍ରେଗନାଣ୍ଟ ଲେଡିର ଭୂମିକା ନିର୍ବାହ କରୁଥିଲେ। ପରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.