Below header

ବ୍ରେକ୍‌ ଫେଲ୍‌ ଯୋଗୁଁ ସାତକୋଶିଆ ଘାଟୀରେ ବସ୍ ଓଲଟି ଜଣେ ମୃତ, ୨୦ରୁ ଅଧିକ ଆହତ

ଆନନ୍ଦପୁର: ଘାଟିରେ ଓଲଟିଲା ବସ୍। ଆନନ୍ଦପୁର କରଞ୍ଜିଆ ରାସ୍ତା ସାତକୋଶିଆ ଘାଟିରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଓ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଯାଜପୁର ଜିଲ୍ଲା କୋରେଇ ଥାନା କଣ୍ଟାଝରୀ ଗାଁର ଶିଶିର ଦାସ ।

୪୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ହ୍ୟୁମାନ ନାମକ ଏକ ଘରୋଇ ବସ୍ କରଞ୍ଜିଆରୁ ଭୁବନେଶ୍ୱର ଯାଉଥିଲା । ଆହତଙ୍କୁ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ବସ୍ରେ ଲାଗିଥିବା ନିଆଁକୁ ଦମକଳବାହିନୀ ଆୟତ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.