ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରୋନ ପୋଲାର୍ଡଙ୍କ କମାଲ୍: ୬ଟି ବଲରେ ମାରିଲେ ୬ଟି ଛକ୍କା, ଦେଖନ୍ତୁ ଭିଡିଓ
କେନ୍ଯୁଜ୍: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରୋନ ପୋଲାର୍ଡଙ୍କ କମାଲ । ୬ଟି ବଲରେ ମାରିଲେ ୬ଟି ଛକ୍କା । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଗୋଟିଏ ଓଭରରେ ୬ଟି ଛକ୍କା ମାରି ରେକର୍ଡ କରିଛନ୍ତି ପୋଲାର୍ଡ । ଅକିଲା ଧନଞ୍ଜୟଙ୍କ ଓଭରରେ ୬ଟି ଛକ୍କା ମାରିଛନ୍ତି । ଧନଞ୍ଜୟ ତାଙ୍କ ପୂର୍ବ ଓଭରରେ ହାଟ୍ରିକ୍ ଓ୍ଵିକେଟ୍ ନେଇଥିଲେ ।
Awesome @KieronPollard55. Third man to hit 6 sixes in an over https://t.co/sSQv8eWn0q
— Soumyajit Pattnaik (@soumyajitt) March 4, 2021
ଇବିନ ଲୁଇସ୍, କ୍ରିସ୍ ଗେଲ୍ ଓ ନିକୋଲସ୍ ପୁରନ୍ଙ୍କୁ ଆଉଟ୍ କରିଥିଲେ । ପୋଲାର୍ଡ ପଡିଆକୁ ଓହ୍ଲାଇବା ମାତ୍ରେ କମାଲ ଦେଖାଇଥିଲେ । ମ୍ୟାଚ୍ର ଷଷ୍ଠ ଓଭରରେ ୬ଟି ଛକ୍କା ମାରିଥିଲେ ପୋଲାର୍ଡ । ୬ଟି ବଲରେ ୬ଟି ଛକ୍କା ମାରିବାର ପ୍ରଥମ ରେକର୍ଡ ଭାରତ ଯୁବରାଜ ସିଂହଙ୍କ ନାଁରେ ରହିଛି । ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ୬ଟି ଛକ୍କା ମାରିଥିଲେ । ଯୁବରାଜଙ୍କ ପରେ ସାଉଥ୍ ଆଫ୍ରିକାର ହର୍ସଲ ଗିବ୍ସ ୨୦୦୭ ଦିନିିକିଆ ବିଶ୍ୱକପ୍ରେ ୬ଟି ବଲରେ ୬ଟି ଛକ୍କା ମାରିଥିଲେ ।