ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟା! ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ବୀଭତ୍ସ ହତ୍ୟା। ନଦୀପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତଳସରା ଅଞ୍ଚଳର ଦୁର୍ଗା ମାଝୀ।

ସେ ସଦର ଥାନା ଖତବଡେଗା ମଝାପଡା ଅଞ୍ଚଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କୁ କିଏ ଓ କାହିଁକି ଏଭଳି ବୀଭତ୍ସ ଭାବେ ହତ୍ୟା କଲା ତାହା ଜଣାପଡିନାହିଁ। ପ୍ରେମ ସମ୍ପର୍କ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅଗ୍ନିଶମ ବାହିନୀ ପହଞ୍ଚି ନଦୀ ଭିତରେ ଖୋଜାଖୋଜି କରୁଛନ୍ତି।କେହି ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ନଦୀ ପଠାରେ ଫୋପାଡି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.