Below header

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲଙ୍କ ବିସ୍ଫୋରଣ, ୨ ଯବାନ୍‌ ସହିଦ୍‌

କେନ୍ଦୁଝର: ଲାଲ୍‌ବାହିନୀର ଲାଲ୍‌ତାଣ୍ଡବ । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ୍‌ ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ୍‌ ସହିଦ୍‌ ହୋଇଛନ୍ତି। ମୃତକ ହେଲେ କନେଷ୍ଟବଳ ହାଇବର ସାହା ଓ କନେଷ୍ଟବଳ କିରଣ ସୁରିନ୍‌।

ଯବାନ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଚକ୍ରଧରପୁର ନିକଟ ଟୋକଳୀ ଥାନା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଆଜି ସକାଳୁ ଯବାନ୍‌ ମାନେ ଲାଞ୍ଜି ଗାଁ ଆଡକୁ ଯାଉଥିବା ବେଳେ, ଆଇ-ଡି ଦ୍ୱାରା ନକ୍ସଲମାନେ ଗାଡ଼ିଟିକୁ ଉଡାଇ ଦେଇଥିଲେ। ଆହତଙ୍କୁ ଚକ୍ରଧରପୁର ଡାକ୍ତରଖାନା ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.