ଆଜି ୪.୩.୨୧, ୧୧ ବର୍ଷ ପରେ ପଡ଼ିଲା ଏମିତି ତାରିଖ
ଆଜି ହେଉଛି ମାର୍ଚ୍ଚ ୪ ତାରିଖ। ଲେଖିବା ବେଳେ ଆମେ ଏହାକୁ ୪.୩.୨୧ ବୋଲି ଲେଖିଥାଉ। ଟିକେ ଧ୍ୟାନ ଦେଲେ ଆପଣ ଜାଣିପାରିବେ ଯେ ଆଜିର ତାରିଖ ୪ରୁ ୧ ଯାଏଁ ଅଧକ୍ରମରେ ବା ବଡ଼ରୁ ସାନ କ୍ରମରେ ରହିଛି, ଯାହା କି ଏକ ବିରଳ ତାରିଖ। ଏଭଳି ତାରିଖ ବହୁ ବର୍ଷ ପରେ ଆସିଛି। ଆଜିର ତାରିଖକୁ ଏକ ସ୍ୱତନ୍ତ୍ର ତାରିଖ ବୋଲି କୁହାଯାଉଛି।
ପୂର୍ବରୁ ୨୦୧୦ ମସିହାରେ ଏଭଳି ଏକ ସ୍ୱତନ୍ତ୍ର ତାରିଖ ଆସିଥିଲା। ୨୦୧୦ ମସିହା ସେପ୍ଟେମ୍ବର ୮ ତାରିଖ ଅର୍ଥାତ୍ ୮.୯.୧୦ ତାରିଖରେ ଏଭଳି ସାନରୁ ବଡ଼ କ୍ରମରେ ତାରିଖ ଥିବା ଦିନ ପଡ଼ିଥିଲା। ଏଭଳି ତାରିଖ ବହୁ ବର୍ଷ ପରେ ପଡ଼େ। ତା’ପୂର୍ବରୁ ୨୦୦୯ ମସିହାରେ ୭.୮.୯ ତାରିଖରେ, ୨୦୦୮ରେ ୬.୭.୮ତାରିଖରେ, ୨୦୦୭ରେ ୫.୬.୭ ପ୍ରମୁଖ ତାରିଖ ପଡ଼ିଥିଲା।