Below header

ଆଇଏନ୍‌ଏସ୍‌ ଚିଲିକାରେ ପାସିଂ ଆଉଟ୍‌ ପରେଡ୍‌, ସ୍ନାତକ ହାସଲ କଲେ ୪୫୫ ଜଣ ପ୍ରଶିକ୍ଷାର୍ଥୀ

ଟାଙ୍ଗି (କେ ନ୍ୟ୍ୟୁଜ୍‌) : ବାଲୁଗାଁ ନିକଟ ଆଇଏନ୍‌ଏସ୍‌ ଚିଲିକାରେ ନୌସେନା ଓ ତଟରକ୍ଷକଙ୍କର ପାସିଂ ଆଉଟ୍‌ ପରେଡ୍‌ ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି ଆକର୍ଷଣୀୟ ପରେଡ୍‌ରେ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନାତକ ହାସଲ କରିଥିବା ୪୫୫ ଜଣ ପ୍ରଶିକ୍ଷାର୍ଥୀମାନେ ଭାଗ ନେଇଥିଲେ ।

INS

ଭାଇସ୍‌ ଆଡମିରାଲ ଏ.କେ ଚାଓ୍ଵଲା ଏବଂ ଅନ୍ୟ ବରିଷ୍ଠ ନୌସେନା ଅଧିକାରୀମାନେ ପାସିଂ ଆଉଟ୍‌ ପରେଡ୍‌ରେ ଉପସ୍ଥିତ ଥିଲେ । ପତାକା ଅଧିକାରୀ କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ । କଡ଼ା କୋଭିଡ କଟକଣା ଭିତରେ ୧୨ ସପ୍ତାହର ତାଲିମ ପରେ ଏମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ସମସ୍ତ ଅଧିକାରୀ ଉତ୍ସାହିତ କରିଥିଲେ । ଅଲବିନ୍‌ କେ ନୌସେନା ଏବଂ ଅକ୍ଷୟ କୁମାର ତଟରକ୍ଷକ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ ।

INS-1

ଗତକାଲି ବିଦାୟୀ ଉତ୍ସବରେ ପ୍ରଶିକ୍ଷାର୍ଥୀମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ଯୋଗ ଦେଇ ଆଡମିରାଲ ଏ.କେ. ଚାଓ୍ଵଲା ଏବଂ ଏନ୍‌ଡବଲ୍ୟୁଡବଲ୍ୟୁଏ ଦକ୍ଷିଣାଞ୍ଚଳ ସଭାନେତ୍ରୀ ଶ୍ରୀମତୀ ସ୍ୱପ୍ନା ଚାଓ୍ଵଲା ଦ୍ୱିଭାଷୀ ଇ-ପତ୍ରିକା ‘ଅଙ୍କୁର’ର ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମୋଡର ଋତୁରାଜ ସାହୁ, ଆଇଏନ୍‌ଏସ୍‌ ଚିଲିକା କମାଣ ଅଧିକାରୀ, ଚିଲିକା ଏନ୍‌ଡବଲ୍ୟୁଡବଲ୍ୟୁଏ ସଭାନେତ୍ରୀ ଶ୍ରୀମତୀ ସଂଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

INS-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.