ଟେନସା ଫାଣ୍ଡି ଅଧିକାରୀଙ୍କୁ ମଦ ବ୍ୟବସାୟୀଙ୍କ ତୀରମାଡ଼

ରାଉଲକେଲା : ଫାଣ୍ଡି ଅଧିକାରୀଙ୍କୁ ମଦ ବ୍ୟବସାୟୀଙ୍କ ତୀରମାଡ଼। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପକଣ୍ଠ ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀରମାଡ଼ ହୋଇଛି। ମଦ କାରବାରକୁ ଚଢଉ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ମଦ ବ୍ୟବସାୟୀ ବିନୋଦ ତାଙ୍କୁ ବିରୋଧ କରିଥିଲେ।

ପରେ ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ତୀରମାଡ଼ କରିଥିଲେ। ଫାଣ୍ଡିର ଅନ୍ୟ କର୍ମଚାରୀମାନେ ତାଙ୍କୁ ତୁରନ୍ତ ରାଉରକେଲା ଜେନେରାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିନୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି। ବଣାଇ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.