Below header

ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼

ଚିଲିକା ସ୍ଥିତ ସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ଟ୍ରେନିଂ ର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ରେ ୨୬୧୬ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ୪୪୮ ମହିଳା ଅଗ୍ନିବୀର ଅଛନ୍ତି ।

ଚିଲିକା :  ଚିଲିକା ସ୍ଥିତ ସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବିର ଯବାନଙ୍କ ଟ୍ରେନିଂ ର ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଚିଲିକା ନୌସେନା ତାଲିମ କେନ୍ଦ୍ରରେ ଦ୍ୱିତୀୟ ବ୍ୟାଚ୍ ରେ ୨୬୧୬ ଜଣ ଅଗ୍ନିବୀର ଟ୍ରେନିଂ ନେଉଥିବା ବେଳେ ସେମାନଙ୍କ ମଧ୍ୟରେ ୪୪୮ ମହିଳା ଅଗ୍ନିବୀର ଅଛନ୍ତି ।

ଏହି ଅଗ୍ନିବୀରମାନେ ଦୀର୍ଘ ୧୬ ସପ୍ତାହ ଧରି ଟ୍ରେନିଂ ନେବା ପରେ ଆଜି ସଂଧ୍ୟାରେ ସେମାନଙ୍କ ପାସିଙ୍ଗ୍-ଆଉଟ୍ ପ୍ୟାରେଡ଼ ଅନୁଷ୍ଠିତ ହୋଇଛି । ଗତ ମାର୍ଚ୍ଚ ୨୮ତାରିଖରେ ପ୍ରଥମ ବ୍ୟାଚରେ ମୋଟ ୨୫୮୫ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ହୋଇଛନ୍ତି ।

ସେଥି ମଧ୍ୟରୁ ୨୭୩ ଜଣ ମହିଳା ପ୍ରଶିକ୍ଷଣ ନେଇଥିଲେ । ଆଜିର ପାସିଙ୍ଗ୍-ଆଉଟ୍ ପ୍ୟାରେଡ୍ ରେ ଦକ୍ଷିଣ କମାଣ୍ଡ ପତାକା ଅଧିକାରୀ ଭାଇସ୍-ଆଡମିରାଲ ଏମ୍. ଏ . ହାମ୍ପି ହୋଲି ଉପସ୍ଥିତ ରହି ପାସିଙ୍ଗ୍-ଆଉଟ୍ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ । ତାଙ୍କ ସହିତ ଓଡିଶା ନୌସେନା ମୁଖ୍ୟ କମୋଣ୍ଡର ଏନ. ପି ପ୍ରଦୀପ ଉପସ୍ଥିତ ଥିଲେ ।

ପ୍ରଥମ ବ୍ୟାଚ ଅପେକ୍ଷା ଦ୍ୱିତୀୟ ବ୍ୟାଚରେ ୧୭୫ ଜଣ ଅଧିକ ମହିଳା ପ୍ରଶିକ୍ଷଣ ଟ୍ରେନିଂ ନେଇଛନ୍ତି। ଉକ୍ତ ଉତ୍ସବ ଅଗ୍ନିବୀର ଯବାନଙ୍କ ପରିବାର ଲୋକ ଯୋଗଦାନ କରି ପ୍ୟାରେଡ ମନଭରି ଉପଭୋଗ କାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.