୯୦ ବର୍ଷ ବୟସରେ ଲୋକପ୍ରିୟ ସ୍କଟିସ୍ ଅଭିନେତା ଡେଭିଡ ମ୍ୟାକକାଲୁମ୍‌ଙ୍କ ଦେହାନ୍ତ

ସ୍କଟ୍‌ଲାଣ୍ଡ୍‌ର NCIS ଫେମ ଅଭିନେତା ତଥା ସିଙ୍ଗର ଡେଭିଡ ମ୍ୟାକକାଲୁମଙ୍କର ଗତକାଲି ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ନିଧନ ଖବର ଶୁଣି ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ୧୯୬୪ରେ ଆସିଥିବା ତାଙ୍କ ଫିଲ୍ମ ‘The man from U. N. C. L. E’ ଡେଭିଡଙ୍କୁ ଏକ ନୂଆ ପରିଚୟ ଦେଇଥିଲା ।

ସ୍କଟ୍‌ଲାଣ୍ଡ୍‌ର NCIS ଫେମ ଅଭିନେତା ଡେଭିଡ ମ୍ୟାକକାଲୁମଙ୍କର ଗତକାଲି ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ନିଧନ ଖବର ଶୁଣି ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଡେଭିଡଙ୍କ ବିୟୋଗରେ ତାଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

ଅଭିନେତା ନିଜ ଫିଲ୍ମ କ୍ୟାରିୟରରେ ସୁନ୍ଦର ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୧୯୫୦ରେ ସେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମେ ସେ ବ୍ରିଟିଶ ଫିଲ୍ମ ଏବଂ ପରେ ସିରିଏଲରେ କାମ କରିଥିଲେ ।

୧୯୬୪ରେ ଆସିଥିବା ତାଙ୍କ ଫିଲ୍ମ ‘The man from U. N. C. L. E’ ଡେଭିଡଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ସୁପରହିଟ ହୋଇଥିଲା । ଡେଭିଡଙ୍କ ଜନ୍ମ ୧୯୯୩ ମସିହାରେ ସ୍କଟଲାଣ୍ଡର ଗ୍ଲାସଗୋରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.